ଶେଷଦେବଙ୍କ ପାଇଁ ଆଖିରେ ଲୁହ

0

ଭୁବନେଶ୍ୱର : ଟିକେ ସାହାଯ୍ୟ ବଦଳାଇ ଦିଏ ଭବିଷ୍ୟତ । ଯାହାର ଚଳନ୍ତା ଉଦାହରଣ ଦେଖିବାକୁ ମିଳିଛି ନବୀନଙ୍କ ପାଖରେ । ଅସହାୟର ବନ୍ଧୁ ସାଜିଥିଲେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ । ସେଦିନ ବାଥରୁମ ଚପଲ ଆଉ ଶସ୍ତା ପ୍ୟାଟଂସାର୍ଟ ପିନ୍ଧି ଆସିଥିବା ପିଲାଟି ହାତକୁ ଆଇଫୋନ୍ ବଢାଇଦେଇଥିଲେ ମୁଖ୍ୟମନ୍ତ୍ରୀ । ଛୋଟ ନୋକିଆ ଫୋନ୍ ଜାଗାରେ ନବୀନଙ୍କ ସେହି ଆଇଫୋନ୍ ଉପହାର ବଦଳାଇଦେଇଥିଲା ଶେଷଦେବଙ୍କ ଜୀବନର ମୋଡ । ନିଜ ପରିଶ୍ରମ ଓ ମନବଳ ପାଇଁ ସେ ଆଜି ସଫଳତାର ଶୀର୍ଷ ଛୁଇଁଛନ୍ତି । କିନ୍ତୁ ତାଙ୍କୁ ଯିଏ ସାହାର୍ଯ୍ୟ କରିଥିଲେ ସେ ଭୁଲିନଥଲେ । କାରଣ ମୁଖ୍ୟମନ୍ତ୍ରୀଙ୍କୁ ଦେଖିଲା ପରେ ତାଙ୍କର ସବୁ କିଛି ମନେ ପଡିଯାଇଥିଲା । ତେବେ ରୋମରେ ଓଡ଼ିଶାର ଯୁବ ବୈଜ୍ଞାନିକ ଶେଷ କିଷାନ ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ସଚିବଙ୍କୁ ଭେଟି ୪ ବର୍ଷ ତଳର ସ୍ମୃତି ମନେ ପକାଇଛନ୍ତି ।

ଜର୍ମାନୀରେ ବୈଜ୍ଞାନିକ ଭାବେ କାର୍ୟ୍ୟରତ ଥିବା କିଷାନ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ଆନନ୍ଦରେ ଆଖି ଛଳଛଳ ହୋଇଯାଇଥିଲା । ୨୦୧୮ରେ ସଚିବାଳୟରେ ବୈଜ୍ଞାନିକ ଶେଷ କିଷାନ ନିଜର ସଂଘର୍ଷର କାହାଣୀ ଅଧିକାରୀମାନଙ୍କୁ ଶୁଣାଇଥିଲେ । ବାଲ୍ୟାବସ୍ଥାରୁ ମାଆଙ୍କୁ ହରାଇଥିବା କିଷାନ ଜଣେ ଦିନ ମଜୁରିଆ ଭାବେ ଜୀବନ ଆରମ୍ଭ କରିଥିଲେ । ପରେ ନବୋଦୟ ବିଦ୍ୟାଳୟରେ ପାଠପଢା ଆରମ୍ଭ କରିଥିଲେ । ୨୦୧୨ ନାଇଜର ସର୍ବଭାରତୀୟ ପରୀକ୍ଷାରେ ଶ୍ରେଷ୍ଠ ୧୬ତମ ସ୍ଥାନ ଦଖଲ କରିଥିଲେ । ହେଲେ ନିଜ ବାପାଙ୍କ ମୃତ୍ୟୁ ପାଇଁ ନାମ ଲେଖାଇ ପାରିନଥିଲେ । ପରେ ପୁଣି ଭଲ ରାଙ୍କ ସହ ନାଇଜରରେ ଆଡମିଶନ କରିଥିଲେ । ୨୦୧୮ରେ ଗବେଷଣା ପାଇଁ ଜର୍ମାନୀର ଜର୍ଜ ଅଗଷ୍ଟ ବିଶ୍ବବିଦ୍ୟାଳୟରେ ସ୍ଥାନ ପାଇ ମୁଖ୍ୟମନ୍ତ୍ରୀକୁ ଭେଟି ସଚିବାଳୟରେ ସଂଘର୍ଷର କାହାଣୀ କହିଥିଲେ । ସେ ସଫଳତା ପାଇବା ପରେ ଗାଁରେ ଗରିବ ପିଲାଙ୍କ ପଠାଇ ତାଙ୍କୁ ଭଲ ମଣିଷ କରିବାର ଆଶା ରଖିଛନ୍ତି ।