କୋକେଇକୁ କାନ୍ଧ ଦେଲେ ତହସିଲଦାର

0

ହିଞ୍ଜିଳି(ରଜନୀକାନ୍ତ ପାତ୍ର): ମାନବିକତା ଦେଖାଇଲେ ପୁରୁଷୋତ୍ତମପୁର ତହସିଲଦାର ନିତିଶ ତ୍ରିପାଠୀ। ମୃତକର ଶବକୁ ଗାଁ ଲୋକଙ୍କ ସାହାଯ୍ୟରେ ନିଜେ କାନ୍ଧେଇ ଶ୍ମଶାନ ପର୍ୟ୍ୟନ୍ତ ନେଇ ଶବଦାହ କରିଛନ୍ତି ତହସିଲଦାର। ତାଙ୍କର ଏଭଳି କାର୍ୟ୍ୟ ଦେଖି ପ୍ରଶଂସାର ସୁଅ ଛୁଟିଛି ।
ସୂଚନା ଅନୁସାରେ, ପୁରୁଷୋତ୍ତମପୁର ବ୍ଲକ ଶିକୁଳା ଗ୍ରାମର ଶିବରାମ ନାୟକ ଦୁଇଟି କିଡନି ହରାଇ ରୋଗଶଯ୍ୟାରେ ମରଣ ସହ ସଂଗ୍ରାମ କରୁଥିଲେ। କିଛିଦିନ ପୂର୍ବେ ଖବର ପାଇ ସ୍ଥାନୀୟ ତହସିଲଦାର ଶିବରାମଙ୍କ ପାଖରେ ପହଞ୍ଚି ସରକାରୀ ସ୍ତରରେ ଏକ ଘର ଯୋଗାଇଦେବା ପାଇଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଭଳିକି ଚିକିତ୍ସା ପାଇଁ ସହାୟତା ମଧ୍ୟ କରିଥିଲେ। କିନ୍ତୁ ଆଜି ଶିବରାମଙ୍କ ମୃତ୍ୟୁ ଖବର ପାଇ ତାଙ୍କୁ ଭେଟିବା ପାଇଁ ଯାଇଥିଲେ । କନ୍ତୁ ରାସ୍ତାରେ ଗ୍ରାମବାସୀଙ୍କ ସହ ମିଶି ତାଙ୍କ ଶବକୁ ନିଜେ କାନ୍ଧେଇ ଶ୍ମଶାନ ପର୍ୟ୍ୟନ୍ତ ନେଇଥିଲେ । ଏଥିସହ ଶବ ସତ୍କାର କରିବାର ସମସ୍ତ କାର୍ୟ୍ୟ ଶେଷ ହେବା ପର୍ଯ୍ୟନ୍ତ ସେଠାରେ ଉପସ୍ଥିତ ରହିଥିଲେ ନିତିଶ ତ୍ରିପାଠୀ । ଏଥି ସହ ନିଜସ୍ବ ପାଣ୍ଠିରୁ ପରିବାରକୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି ।