ତେଜସ୍ୱୀ ନେବେ ସୁପ୍ରିମ ଦାୟିତ୍ୱ-ଲାଲୁ

0

ବ୍ୟୁରୋ:ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଆର୍ଜେଡିର କାର୍ଯ୍ୟକାରୀଣି ବୈଠକରେ ଗୁରୁତ୍ୱପୂୂୂୂୂୂୂୂୂୂୂୂୂୂୂୂୂୂୂୂର୍ଣ୍ଣ ନିଷ୍ଫତି ନେଲେ ଲାଲୁ । ଦଳର ସୁପ୍ରିମ ଲାଲୁ ଯାଦଭ ଏହି ଜାତୀୟ କାର୍ଯ୍ୟକାରୀଣି ବୈଠକରେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏମିତି କି ଦଳର ପରବର୍ତ୍ତୀ ସୁପ୍ରିମ ତେଜସ୍ୱୀ ଯାଦବଙ୍କୁ କରିବା ପାଇଁ ସେ ସ୍ପଷ୍ଟ କରିଛନ୍ତି । ଦଳର ସମସ୍ତ ନିଷ୍ପତି ଲାଲୁଙ୍କ ପୁଅ ତେଜସ୍ୱୀ ନେବେ ବୋଲି ସେ ଏହି ସଭାରେ କହିଥିଲେ ।

ଦଳରେ ସଂଗଠନକୁ ମଝବୁତ କରାଇବା ପାଇଁ ତେଜସ୍ୱୀଙ୍କ ନେତୃତ୍ୟକୁ ସମର୍ଥନ କରିବା ପାଇଁ ସମସ୍ତଙ୍କୁ ଆହ୍ୁାନ ଦେଇଥିଲେ ଲାଲୁ । ବିନା କାରଣରେ ବୟାନବାଜି କରିବା ପାଇଁ ଦଳୀୟ ନେତାମାନଙ୍କୁ ତାଗିତ କରିଛନ୍ତି ଲାଲୁ । ବର୍ତ୍ତମାନ କେବଳ ତେଜସ୍ୱୀ ହିଁ ମିଡିଆ ଆଗରେ ବୟାନ ଜାରି କରିବେ ବୋଲି ଲାଲୁ କହିଥିଲେ । ଏହି ବୈ÷ଠକରେ ଲାଲୁ ଯାଦଭଙ୍କୁ ସର୍ବସମ୍ମତି କ୍ରମେ ଦଳର ରାଷ୍ଟ୍ରୀୟ ଅଧକ୍ଷ୍ୟ ଭାବେ ନିର୍ବାଚିତ କରାଯାଇଛି । ସେ ଦା୍ୱଦଶ ଥର ପାଇଁ ଦଳର ଅଧକ୍ଷ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ଆସନ୍ତାକାଲି ଏକ ସ୍ୱତନ୍ତ୍ର ବୈ÷ଠକରେ ସେ ଦାୟିତ୍ୱ ଗ୍ରହଣ କରିବେ ।