ଭୁବନେଶ୍ୱର :ବିଜୁ ଜନତା ଦଳରୁ ଇସ୍ତପା ଦେଲେ ତେଜେଶ୍ୱର ପରିଡା | ତେଜେଶ୍ୱର ପରିଡା ଦଳର ସଭାପତିଙ୍କୁ ଇମେଲ ଯୋଗେ ଇସ୍ତପା ଦେଇଥିବା କହିଛନ୍ତି | ତେଜେଶ୍ୱର ଦଳର ପୂର୍ବତନ ସଭାପତି ଓଡିଶା ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡର ସଭାପତି ଥିଲେ | ତେବେ ସେ କେଉଁ କାରଣରୁ ଦଳରୁ ଇସ୍ତପା ଦେଇଛନ୍ତି କାରଣ ଜଣା ପଡ଼ିନାହିଁ | ଏନେଇ ସେ ନିଜ ସୋସିଆଲ ମିଡ଼ିଆ ସାଇଟରେ ଏକ ଇସ୍ତପା ପତ୍ର ଦେଇଛନ୍ତି ବୋଲି ପୋଷ୍ଟ କରିଛନ୍ତି | ତେବେ ତାଙ୍କର ଏହି ପୋଷ୍ଟରେ ଅନେକ କମେନ୍ଟ ମଧ୍ୟ ଆସିଛି ଯେଉଁ ଥିରେ ତାଙ୍କର ଦଳକୁ ନେଇ ବିବାଦ ସୃଷ୍ଟି ହୋଇଥିବା କଥା ମଧ୍ୟ ଅନେକ କହିଛନ୍ତି | ତେବେ ବିଜେଡି ଛାଡିବା ପରେ ଅନେକ କହିଛନ୍ତି ସେ ବିଜେପିରେ ଯୋଗ ଦେବେ ବୋଲି | ତେବେ ଅନେକ ମଧ୍ୟ ଆପଣଙ୍କ ଭଳି ନେତା ବିଜେଡି ପାଇଁ ଦରକାର ,ନିସ୍ଵାର୍ଥପର ଭାବେ ଲୋକଙ୍କ ସାହାର୍ଯ୍ୟ କରୁଥିଲା ଯେଉଁ ଦଳରେ ବି ରୁହ ଲୋକଙ୍କୁ ଏମିତି ସାହାର୍ଯ୍ୟ କରୁଥାଅ ବୋଲି କହିଛନ୍ତି |