ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ବୟନଶିଳ୍ପ ମନ୍ତ୍ରୀ ରିତା ସାହୁ ଭେଟିବା ପ୍ରସଙ୍ଗ:ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଲେ ନରସିଂହ ମିଶ୍ର

0

ଭୁବନେଶ୍ୱର:ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ବୟନଶିଳ୍ପ ମନ୍ତ୍ରୀ ରିତା ସାହୁ ଭେଟିବା ପ୍ରସଙ୍ଗ । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ମନ୍ତ୍ରୀ ମାନେ ସରକାର । ସରକାର ପାଖକୁ କର୍ମଚାରୀ ଯିବ ନା କର୍ମଚାରୀ ପାଖକୁ ସରକାର ଯିବ ? ରାଜ୍ୟରେ ଅମଲାତନ୍ତ୍ର ଶାସନ ଚାଲିଛି । ଦିନ ଦି ପ୍ରହରରେ ଗଣତନ୍ତ୍ର କୁ ଧର୍ଷଣ କରାଯାଉଛି। ମନ୍ତ୍ରୀ ଯାଇ ଭେଟୁଛନ୍ତି ମୁଖ୍ୟ ଶାସନ ସଚିବଙ୍କୁ । ତେଣୁ ଆଗକୁ ଏମିତି ଆଉ ହେବ ବୋଲି ନାହିଁ ବୋଲି ମନ୍ତ୍ରୀ ଗୃହରେ କ୍ଷମା ମାଗନ୍ତୁ । ମୁଖ୍ୟ ଶାସନ ସଚିବ ବି ରି-ଗ୍ରେଟ କରନ୍ତୁ ।ନରସିଂହ ମିଶ୍ର କହୁଥିବା ବେଳେ ଗୃହରେ ଜାଵବ ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ । କହିଲେ ଜଣେ ମନ୍ତ୍ରୀ ଙ୍କୁ କୁହନ୍ତୁ ମନ୍ତ୍ରୀ ମାନଙ୍କୁ କୁହନ୍ତୁ ନାହିଁ । ରାଇଡ଼ର ଯଦି ଠିକ ଅଛି ଘୋଡା ଠିକ ଚାଲିବ । ଏଭଳି କହିକି ମନ୍ତ୍ରୀ ମାନଙ୍କ କ୍ଷମତା ଖୁର୍ଣ୍ଣ କରାଯାଉଛି । ଯେତେବେଳେ ଯାହା ପ୍ରଶ୍ନ କରିବେ ମୋ ଖୋଲାଖୋଲି ଉତ୍ତର ଦେବୀ । ମୋତେ ବାଚସ୍ପତି ଡାକିଥିବା ରୁ ମୁଁ ଛିଡା ହୋଇଛି ।ନରସିଂହ ମିଶ୍ରଙ୍କ ମନ୍ତବ୍ୟ କୁ ନେଇ କଂଗ୍ରେସ ବିଜେଡି ଗୃହରେ ମୁହାଁମୁହିଁ । ଗୃହରେ ମଧ୍ୟଭାଗରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନଙ୍କ ନାରବାଜି । ବିରୋଧୀ ଓ ଶାସକ ଭିତରେ କଥା କଟାକଟି । ନିଜ ନିଜ ସ୍ଥାନରେ ଛିଡା ହୋଇ ନାରାବାଜି କଲେ ଶାସକ ଦଳ । 15 ମିନିଟ ଗୃହ ମୁଲତବୀ ।