କୁଏତ ପରେ କତର ମଧ୍ୟ ଫିଲ୍ମ ‘ବିଷ୍ଟ’ ରିଲିଜ ଉପରେ ଲାଗିଲା ରୋକ
ସାଉଥ୍ ସୁପରଷ୍ଟାର ଥଲାପତି ବିଜୟଙ୍କ ଆଗାମୀ ଫିଲ୍ମ ‘ବିଷ୍ଟ’ର ଟ୍ରେଲର ୟୁଟ୍ୟୁବରେ ଧମାଲ୍ କରୁଛି।
(ମୁମ୍ବାଇ) : ସାଉଥ୍ ସୁପରଷ୍ଟାର ଥଲାପତି ବିଜୟଙ୍କ ଆଗାମୀ ଫିଲ୍ମ ‘ବିଷ୍ଟ’ର ଟ୍ରେଲର ୟୁଟ୍ୟୁବରେ ଧମାଲ୍ କରୁଛି। ଏପ୍ରିଲ୍ ୧୩ ରେ ଫିଲ୍ମ ସବୁ ହଲରେ ରିଲିଜ୍ ହେଉଥିବା ଫିଲ୍ମ ‘ବିଷ୍ଟ’କୁ ଝଟ୍କା ଲାଗିଛି।
ଇସଲାମ ଦେଶ କୁଏତ ପୂର୍ବରୁ ଏହାକୁ ବ୍ୟାନ୍ କରିସାରିଛି। ଏବେ ବିଜୟଙ୍କ ଫିଲ୍ମକୁ ଅନ୍ୟ ଦେଶରେ ବି ବ୍ୟାନ୍ କରାଯାଇଛି।
ଫିଲ୍ମରେ ଦେଖାଯାଇଥିବା ଆତଙ୍କବାଦୀ ଆଙ୍ଗେଲକୁ ନେଇ ଅନେକ ଦେଶ ଅସନ୍ତୁଷ୍ଟ। ଏହି କାରଣରୁ ପ୍ରଥମେ କୁଏତ ଏବଂ ବର୍ତ୍ତମାନ କତର ମଧ୍ୟ ଫିଲ୍ମ ‘ବିଷ୍ଟ’ ରିଲିଜ ଉପରେ ବ୍ୟାନ୍ ଲଗାଇଛି।
Qatar govt BANS #Vijay's #Beast.
— Manobala Vijayabalan (@ManobalaV) April 10, 2022
ବାଣିଜ୍ୟ ବିଶେଷଜ୍ଞ ମନୋବାଲା ବିଜୟବାଲାନ ଟ୍ୱିଟ କରି କତରରେ ଏହି ଫିଲ୍ମ ଉପରେ ନିଷେଧାଦେଶ ସମ୍ପର୍କରେ ସୂଚନା ଦେଇଛନ୍ତି। ମନୋବାଲା ଲେଖିଛନ୍ତି, ‘କତର ସରକାର ବିଜୟଙ୍କ ଫିଲ୍ମ’ ବିଷ୍ଟ’କୁ ନିଷିଦ୍ଧ କରିଛନ୍ତି। ଅନ୍ୟପକ୍ଷରେ ଏହି ଫିଲ୍ମକୁ ଭାରତରେ ଅପେକ୍ଷା କରାଯାଇଛି।