ମୁୁମ୍ବାଇ: ଶିବସେନାରେ ତୀବ୍ର ହେବାରେ ଲାଗିଛି ଉଦ୍ଧବ-ଏକନାଥ ବିବାଦ । ସୁପ୍ରିମକୋର୍ଟରେ ପହଞ୍ଚିଲା ମହାରାଷ୍ଟ୍ର ରାଜନୈତିକ ସଂକଟ । ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଉପବାଚସ୍ପତିଙ୍କ ନୋଟିସ୍ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ଏକନାଥ ସିନ୍ଦେ । ସେହିପରି ଶିବସେନା ବିଧାୟକ ଦଳ ନେତା ଭାବେ ଅଜୟ ଚୌଧୁରୀଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରାଯାଇଛି। ଏନେଇ ଏକନାଥଙ୍କ ପାଇଁ ଲଢ଼ିବେ ବରିଷ୍ଠ ଓକିଲ ହରିଶ ସାଲଭେ । ସେହିପରି ଶିବସେନା ପକ୍ଷରୁ ଆଇନଜୀବୀ ଅଭିଶେଖ ମନୁ ସାଂଘବୀ ଲଢିବେ । ଏହା ଭିତରେ ଗୌହ୍ଵାଟୀରେ ପହଞ୍ଚିଛନ୍ତି ସେନାର ଆଉ ଜଣେ ମନ୍ତ୍ରୀ ଉଦୟ ସାଓ୍ଵନ୍ତ । ବିଦ୍ରୋହୀ ଶିବସେନା ବିଧାୟକ ଦୀପକ କେସରକର କହିଛନ୍ତି ଆମ ସଂଖ୍ୟା ୫୧କୁ ବୃଦ୍ଧି ପାଇବ। ୩-୪ ଦିନ ଭିତରେ ନିଷ୍ପତ୍ତି । ତାପରେ ମହାରାଷ୍ଟ୍ର ଯିବୁ । ଶକ୍ତି ପରୀକ୍ଷା ପାଇଁ ସିନ୍ଦେ କ୍ୟାମ୍ପ ସଂପୂର୍ଣ୍ଣ ପ୍ରସ୍ତୁତ । ସେପଟେ ଆଜି ଦିନ ଦୁଇଟାରେ ବସିବ ବୈଠକ । ଅନ୍ୟପଟେ ସଂଜୟ ରାଉତଙ୍କ କାଉଣ୍ଟର ଆଟାକ୍ ଜାରି ରହିଛି । ସଂଜୟ ରାଉତ କହିଛନ୍ତି ଗୌହ୍ଵାଟୀରେ ରହୁଥିବା ବିଧାୟକମାନଙ୍କ ଆତ୍ମା ମରିଯାଇଛି। ଗୌହାଟୀରୁ ୪୦ ବିଧାୟକଙ୍କ ବଡି ମୁମ୍ବାଇ ଆସିବ ।