ଆଇ ଜି ଆଇଟି ସରାଙ୍ଗରେ ୩୮ ତମ  ବାର୍ଷିକ ଆଥଲେଟିକ ମିଟ କ୍ରିଡା ଉଦଯାପିତ

0

ପରଜଙ୍ଗ (ସୁଜିତ୍ ଦଳବେହେରା):-ଢେଙ୍କାନାଳ ଢେଙ୍କାନାଳ ଜିଲ୍ଲାର ଏକ ମାତ୍ର ସରକାରୀ ବୈଷକିୟ ବିଦ୍ୟାଳୟ ସରାଙ୍ଗ ସ୍ଥିତ ଇନ୍ଦିରା ଗାନ୍ଧି ବୈଷକିକ ମହାବିଦ୍ୟାଳୟରେ ୩୮ ତମ ବାର୍ଷିକ  ଆଥଲେଟିକ ମିଟ କ୍ରିଡା ଗତ କାଲି ଶନିବାର ରାତିରେ ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଢେଙ୍କାନଳ ଆରକ୍ଷୀ ଅଧିକ୍ଷୀକା ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ। ଏହି କାର୍ଯ୍ୟକ୍ରମ ଦିର୍ଘ ତିନିଦିନ ଧରି ଚାଲିଥିଲା। ମୋଟ ୧୦ ଟି ଇଭେଣ୍ଟର ବିଭିନ୍ନ ବର୍ଗର ୪ହଜାର ଛାତ୍ର ଛାତ୍ରୀ ଭାଗ ନେଇଥିଲେ।

ଗତକାଲି ଉଦଯାପନି ଉତ୍ସବରେ ଛାତ୍ରଛାତ୍ରୀଙ୍କ ଦ୍ବାରା ପାରମ୍ପାରିକ ନୃତ୍ୟର ସାଂସ୍କୁୃତିକ କାର୍ଯ୍ୟକ୍ରମରେ ବିଭୋର ହୋଇଥିଲେ। ଏବଂ ପରିଶେଷରେ କ୍ରିଡା ତଥା ଅନ୍ୟାନ୍ୟ କ୍ଷେତ୍ରରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ ସହ ପୁଷ୍ପଗୁଛ ଦେଇ ସମ୍ବଦ୍ଧନା କରିଥିଲେ ମୁଖ୍ୟ ଅତିଥୀ। ଏବଂ ଏହିକାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ଭାବେ ବୈଷୟିକ  ମହାବିଦ୍ୟାଳୟର ନିର୍ଦେଶକ ସହ ମହାବିଦ୍ୟାଳୟର ଅଧ୍ୟାପକ,ଅଧ୍ୟାପିକା ଓ ସମସ୍ତ କର୍ମଚାରି ଉପସ୍ଥିତ ଥିଲେ।