ପଶ୍ଚିମବଙ୍ଗ ଅନୁପ୍ରବେଶକାରୀଙ୍କୁ ପ୍ରଶାସନ ରୋକିବାରେ ବିଫଳ

0

(ସତ୍ୟ ନାରାୟଣ ପାଲ / ରାଇରଙ୍ଗପୁର) ; କରୋନା ଦ୍ୱିତୀୟ ଲହରର ଭୟାବହତା ସହିତ ପଶ୍ଚିମବଙ୍ଗର ଡବଲ ମ୍ୟୁଟେନଇଷ୍ଟେନ ରାଜ୍ୟ ଭିତରକୁ ପ୍ରବେଶ ରୋକିବାକୁ ଯୁଦ୍ଧ କାଳୀନ ଭିତିରେ ପ୍ରଚେଷ୍ଟା କରି ରାଜ୍ୟ ସୀମାରେ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି।ଅନ୍ୟ ପକ୍ଷରେ ଜିଲ୍ଲାରେ ଆସ୍ଥା ଜମାଇ ଥିବା ପଶ୍ଚିମବଙ୍ଗ ତଥା ମୁସିଦାବାଦ ଅଞ୍ଚଳର ରାଜମିସ୍ତିରୀଙ୍କ ପ୍ରବେଶ ଜାରି ରହିଥିବା ଆଜି ପ୍ରମାଣିତ ହୋଇଛି।ଆଜି ସନ୍ଧ୍ୟାରେ ଜଣେ ମୁସିଦାବାଦ ମିସ୍ତ୍ରୀ ବାରିପଦା ଯିବା ଲାଗି ବମ୍ବେଛକ ବସଷ୍ଟାଣ୍ଡରେ ଦେଖିବାକୁ ମିଳିଥିଲା। ଓଡିଶା ପଶ୍ଚିମବଙ୍ଗ ହାତିବାରି ସୀମାନ୍ତରେ ପ୍ରଶାସନ ପକ୍ଷରୁ ଯାତ୍ରୀବାହୀ ଯାନ ଗୁଡ଼ିକର ଯାଞ୍ଚ କରାଯାଉଥିବା ବେଳେ ଏମାନେ ପ୍ରଶାସନକୁ ଚକମା ଦେଖାଇ ମାଲବାହୀ ଯାନ ଗୁଡିକରେ ଓଡିଶା ରାଜ୍ୟକୁ ପ୍ରବେଶ କରୁଛନ୍ତି।ଜଣେ ରାଜ ମିସ୍ତ୍ରୀଙ୍କ କହିବା ଅନୁସାରେ ସେ ନିଜ ଅଞ୍ଚଳରୁ ଯାତ୍ରୀବାହୀ ଯାନରେ ପଶ୍ଚିମବଙ୍ଗର ଗୋପୀବୋଲବପୁର ପହଞ୍ଚି ସେଠାରୁ ମାଲବାହୀ ଟ୍ରକରେ ଆସି ବାରିପଦା ଯିବା ଲାଗି ବମ୍ବେଛକରେ ଓହ୍ଲାଇଥିଲା।ଏ ସମ୍ପର୍କରେ ସ୍ଥାନୀୟ କିଲଷ୍ଟସ୍ତରୀୟ ଞଗଉ ସେଣ୍ଟରର ଦାୟିତ୍ୱରେ ଥିବା ନୋଡ଼ାଲ ଅଫିସର କାର୍ତ୍ତିକ ନାୟକଙ୍କୁ ଗଣମାଧ୍ୟମ ପ୍ରତିନିଧି ଅବଗତ କରାଇବା ପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା।ଏପରିକି ଯୋଗାଯୋଗ କରିବାରୁ ଏଭଳି ଅନୁପ୍ରବେଶକାରୀଙ୍କୁ ଞଗଉରେ ରଖାଯିବା ଲାଗି କୋଣସି ନିର୍ଦେଶ ନ ଥିବାପ୍ରକାଶ କରିଥିଲେ। ଏହି ରୋକ ଲାଗି ପ୍ରଶାସନ ପ୍ରଚେଷ୍ଟା ସହିତ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ସହଯୋଗ ନେଇ ଦାୟିତ୍ୱ ଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।ସେହିପରି ଓଡ଼ିଶା ଝାଡଖଣ୍ଡ ସୀମାନ୍ତ ଜାମସଳା ନିକଟରେ ପୋଲିସ ପରିବହନ ବିଭାଗ,ବ୍ଲକ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଳିତ ଯାଞ୍ଚଲାଗି ନିର୍ଦ୍ଧେଶ ରହିଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ଯାଞ୍ଚ ପ୍ରସ୍ତୁତି କାର୍ୟ୍ୟ ଟେଣ୍ଟ ଓ ବ୍ୟାନରରେ ସୀମିତ ଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ମହାମାରୀ କରୋନା ମୁକାବିଲା ଲାଗି ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ପୁଣି ବ୍ଲକ ପ୍ରଶାସନ ତରଫରୁ ଜରୁରୀ ନଥିବା ସ୍ଥାନରେ ଅଯଥାରେ ଖର୍ଚ୍ଚ କରାଯାଉଥିବା ବେଳେ ପୋଲିସ ବିଭାଗ ୨୪ଘଣ୍ଟିଆ କାର୍ୟ୍ୟରତ ଥାଇ ଦାୟିତ୍ୱ ତୁଲାଉ ଥିଲେ ମଧ୍ୟ ପ୍ରଶାସନ ତରଫରୁ ଅସ୍ଥାୟୀ ଶିବିର କରାନହେବାରୁ ବୁଧୁବାର ସନ୍ଧ୍ୟାରେ କାଳବୈଶାଖି ବର୍ଷାରେ ଭିଜି ଭିଜି ପୋଲିସ କର୍ମଚାରୀ ମାନେ ନିଜ ଦାୟିତ୍ୱ ତୁଲାଉ ଥିବା ଦେଖିବାକୁ ମିଳିଥିଲା । ଯାଞ୍ଚ ପ୍ରକ୍ରିୟା ରେ ସୁଧାର ନ ଆସିଲେ ସଂକ୍ରମଣ ଜିଲ୍ଲା ତଥା ରାଜ୍ୟ ଲାଗି ଚିନ୍ତା ବଢ଼ାଇବ ।