କୋରୋନା ଦାଉରୁ ରକ୍ଷା ପାଇ ପାରିଲେନି ପଶୁ

0

ହାଇଦ୍ରାବାଦ(ରିପୋଟର୍ସ ଟୁଡେ): କୋରୋନା ମହାମାରୀକୁ ନେଇ ସାରା ଦେଶରେ ଭୟର ଏକ ବାତାବରଣ ସୃଷ୍ଟି ହୋଇଛି । କେବଳ ମଣିଷ ନୁହେଁ ଏବେ ପଶୁ ଜଗତକୁ ମଧ୍ୟ କୋରୋନା ଦାଉ ସାଧିଛି । ପ୍ରତିଦିନ ଦେଶରେ ଲକ୍ଷ ଲକ୍ଷ ଅକ୍ରନ୍ତ ଚିହ୍ନଟ ହେଉଥିବା ବେଳେ ଏବେ ପ୍ରଥମ ଥର ପାଇଁ ସିଂହକୁ କୋରୋନା ସଂକ୍ରମଣ କରିଛି । ହାଇଦ୍ରାବାଦର ନେହେରୁ ଜୁଲୋଜିକାଲ ପାର୍କରେ ୮ଟି ଏସିଆ ସିଂହଙ୍କ ମଧ୍ୟରେ କୋରୋନାର ଭୂତାଣୁ ପରିଲକ୍ଷିତ ହୋଇଛି । ତେବେ ଏନେଇ ସ୍ପଷ୍ଟ କରି ନାହାନ୍ତି ପାର୍କର ନିର୍ଦ୍ଦେଶକ ତଥା ରକ୍ଷଣାବେକ୍ଷଣ କରୁଥିବା ଡାକ୍ତର ସିଦ୍ଧାନନ୍ଦ କୁକରେତି । ତାଙ୍କ କହିବା ଅନୁସାରେ ସିଂହଙ୍କ ଦେହରେ କୋରୋନା ଲକ୍ଷଣ ଦେଖା ଦେବା କଥ ଏକଦମ ସତ କିନ୍ତୁ ଏମାନଙ୍କର ରିପୋର୍ଟ ଏଯାବତ ଆମର ହସ୍ତଗତ ହୋଇନାହିଁ । ତେବେ ଏହି ରିପୋର୍ଟ ମିଳିବା ପରେ ସେ ବିସ୍ତୃତ ଭାବରେ ଏନେଇ ସୂଚନା ଦେବେ ବୋଲି ସ୍ପଷ୍ଟ କହିଛନ୍ତି ।
ଏ ସିଂହମାନଙ୍କ ଦେହରେ କୋରୋନାର ଲକ୍ଷଣମାନ ଦେଖାଦେବା ପରେ ଚିଡିଆଖାନାକୁ ସାଧାରଣ ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଜନବହୁଳ ଅଞ୍ଚଳରେ ଏହି ପାର୍କଟି ଅବସ୍ଥିତ ହୋଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।