ନିଲାମ ହେବ ମୋଦୀଙ୍କ ଉପହାର

0

ନୂଆଦିଲ୍ଲୀ : ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଣାଳୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାରା ବିଶ୍ୱରେ ଯେତେପ୍ରକାର ଉପହାର ମିଳିଛି ତାର ନିଲାମି ହୋଇଛି । ଶୁକ୍ରୁବାର ନିଲାମୀ ଡକରା ଆରମ୍ଭ ହୋଇ ଯାଇଛି । ଏହି ଇ-ନିଲାମୀରେ ଟୋକିଓ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସର ଖେଳାଳିଙ୍କ ଗ୍ଲୋବ୍ସ, ରାକେଟ୍ ଓ ଅନ୍ୟ ସାମଗ୍ରୀ ସାମିଲ୍ ଅଛି। ଏଥିରେ ଖେଳାଳି ମାନଙ୍କ ଉପହାର କିଣିବା ପାଇଁ ଜନସାଧାରଣ ବେଶ୍ ଆଗ୍ରହ ପ୍ରକାଶ କରିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ପ୍ରଥମ ଥର ଯୋଗ୍ୟତା ଅର୍ଜନ କରିଥିବା ଭବାନୀ ଦେବୀଙ୍କ ଖଣ୍ଡା, ପାରା ଅଲିମ୍ପିକ୍ସର ସ୍ଵର୍ଣ୍ଣ ପଦକ ବିଜେତା କୃଷ୍ଣା ନାଗର ଓ ରୌପ୍ୟ ପଦକ ବିଜେତା ସୁହାସ ଏଲଭାଇ ରାକେଟ୍ର ଡକରା ୧୦-୧୦ କୋଟି ପର୍ୟ୍ୟନ୍ତ ପହଞ୍ଚିଛି।
ଅନ୍ୟପଟେ ଟୋକିଓ ଅଲିମ୍ପିକ୍ସର ସ୍ଵର୍ଣ୍ଣ ପଦକ ବିଜେତା ନିରଜ ଚୋପ୍ରାଙ୍କ ଜାଭେଲିନର ଡକରା ଏକ କୋଟି ୨୦ ଲକ୍ଷରେ ପହଞ୍ଚିଛି। ବକ୍ସର ଲଭଲିନାଙ୍କ ବକ୍ସିଂ ଗ୍ଲୋବ୍ସ ଏକ କୋଟି ୮୦ ଲକ୍ଷ ଅତିକ୍ରମ କରିଛି। ସୁମିତ ଆଣ୍ଟିଲଙ୍କ ଜାଭେଲିନଙ୍କ ଡକରା ଏକ କୋଟି ପର୍ୟ୍ୟନ୍ତ ପହଞ୍ଚି ଯାଇଛି।
ବ୍ୟକ୍ତି ବା ସଂଗଠନ ୧୭ ସେପ୍ଟେମ୍ବରରୁ ୭ ଅକ୍ଟୋବର ମଧ୍ୟରେ ଇନିଲାମିରେ ଭାଗ ନେଇ ପାରିବେ । ଏଥିରୁ ଯେଉଁ ଅର୍ଥ ମିଳିବ ତାହା ନମାମି ଗଙ୍ଗେ ମିଶନକୁ ଦିଆଯିବ ।