ମୁଗ ଗଛକୁ ଗ୍ରାସ କଲାଣି ଜଉ ପୋକ,ନଳିପୋକ, ଟାଉଁସିଆ, ପତ୍ରବିନ୍ଧା ପୋକ, ଲେଡା ପୋକ; ଚିନ୍ତାରେ ଚାଷି

0

ପୁରୀ/ଜୟନ୍ତ କୁମାର ସେଠୀ: କେତେବେଳେ ପ୍ରାକୃତିକ ଦୃବିପାକ ତ ଆଉ କେତେବେଳେ ଅଭାବୀ ବିକ୍ରି । କେତେବେଳେ ବନ୍ୟା, ବାତ୍ୟା ତ ଆଉ କେତେବେଳେ ଦାଉ ସାଧୁଛି ଲୋଡ଼ାପୋକ । ଏହା ହେଉଛି ପୁରୀ ଜିଲ୍ଲାର ଚାଷୀମାନଙ୍କ ଅବସ୍ଥା । ଯାହାକୁ ଆଖିରେ ନ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ । ଚଳିତ ବର୍ଷ ହୋଇଥିବା ବତ୍ୟା ଯୋଗୁଁ ସବୁ ଉଜୁଡ଼ି ଯାଇଥିଲା । କ୍ଷତି ସହିବା ପରେ ଚାଷୀ ମାନେ ଏବେ ଅଣ୍ଟା ସଳଖି ଭଲରେ ଛିଡା ହୋଇନଥିବା ବେଳେ ଏବେ ଦାଉ ସାଧୁଛି ଲୋଡ଼ାପୋକ । ଚଳିତ ବର୍ଷ ଚାଷୀମାନେ କେଜି ପ୍ରତି ୬୦ ଟଙ୍କା ଦେଇ ମୁଗ କିଣି ବିଲରେ ପକାଇଥିଲେ ।

ଟଙ୍କା ଖର୍ଚ୍ଚ କରି ବିଲରେ ମୁଗଚାଷ କରିଥିବା ବେଳେ ମୁଗ ଗଛକୁ ଗ୍ରାସି କଲାଣି ଜଉ ପୋକ,ନଳିପୋକ, ଟାଉଁସିଆ, ପତ୍ରବିନ୍ଧା ପୋକ, ଲେଡା ପୋକ ଆଦି । ହଜାର ହଜାର ଟଙ୍କା ଖର୍ଚ୍ଚ କରି ବା ସହ ହଳ କରି ଏକର ଏକର ଜମିରେ ମୁଗ ବୁଣିଥିଲେ । ହେଲେ ଏବେ ମୁଗ ବିଲରେ ମାଡ଼ି ଯାଉଛନ୍ତି ଲୋଡ଼ା ପୋକ । ପୋକ ଦମନ ନିମନ୍ତେ ଚାଷୀମାନେ ଔଷଧ କିଣି ପକାଉଥିଲେ ମଧ୍ୟ ଏହି ଲୋଡ଼ା ପୋକ ମାନୁ ନାହାନ୍ତି । ଆଉ ଅଧିକ ଟଙ୍କା ଖର୍ଚ୍ଚ କରିବା ପାଇଁ ସମ୍ବଳ ନାହିଁ ବୋଲି ଚାଷୀ କହୁଛନ୍ତି ।

ଯାହା ଫଳରେ କିଭଳି ପରିବାର ପ୍ରତି ପୋଷଣ ହେବ ତାକୁ ନେଇ ଚିନ୍ତାରେ ଚାଷୀ। ପୁରୀ ଜିଲ୍ଲାର ସତ୍ୟବାଦୀ, ଗୋପ, କୋଣାର୍କ ବ୍ଲକରେ ହେକ୍ଟର ହେକ୍ଟରର ଫସଲ ମୁଗ ଏବେ ଲେଡା ପୋକ ଖାଇ ନଷ୍ଟ କରି ଦେଇଛନ୍ତି। ଏନେଇ ଚାଷୀ ମାନେ ଆଶା କରିଛନ୍ତି ସରକାରଙ୍କ ସାହାଯ୍ୟକୁ। ସରକାରଙ୍କ ତରଫରୁ ପ୍ରୋତ୍ସାହନ ମିଳିଲେ କିଟନାଶନ ଔଷଧ କିଣି ବିଲରେ ପକାଇବୁ ବୋଲି ଚାଷୀମାନେ କହୁଛନ୍ତି ।