ଘଡ ଘଡି ପଡି ନାବାଳକ ମୃତ

0

କୋରାପୁଟ(ମନୋଜ):ଖେଳୁଥିବା ସମୟରେ ଘଡ ଘଡି ପଡି ନାବାଳକର ମୃତ୍ୟୁ ଘଟିଛି | ଏମିତି ଦୁଃଖଦ ଘଟଣା ଦେଖିବା ପାଇଁ ମିଳିଛି କୋରାପୁଟ ପୌର ପାଳିକାର ୨୧ ନମ୍ବର ୱାର୍ଡର ବଦଳିଗୁଡା ଗ୍ରାମରେ| ସୂଚନା ଅନୁଯାୟୀ ବଦଳିଗୁଡା ଗ୍ରାମର କୁଶ ଖରାଙ୍କ ପୁଅ ଶ୍ରୀତମ ଖରା ଗ୍ରାମ ପାଖରେ ଥିବ ନଦୀ କୁ ଲାଗି ଖେଳ ପଡିଆରେ ଫୁଟବଲ ଖେଳୁଥିବା ସମୟରେ ହଟାତ ବିଜୁଳି ଘଡ ଘଡି ମାରିଥିଲା| ଘଡ ଘଡି ଶ୍ରୀତମଙ୍କ ଉପରେ ପଡିବାରୁ ତାଙ୍କ ଶରୀର ପ୍ରାୟ ୫୦ ପ୍ରତିଶତ ପୋଡି ଯାଇଥିଲା| ଶ୍ରୀତମକୁ ସଙ୍ଗେ ସଙ୍ଗେ ଏକ ଅଟୋ ଯୋଗେ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ ଓ କଲେଜକୁ ଆଣିଥିଲେ|

ମେଡିକାଲ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ| ଶ୍ରୀତମଙ୍କ ମୃତ୍ୟୁ ଖବର ମିଳିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା| ଶ୍ରୀତମଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ କୋରାପୁଟ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ| ଗତ କାଲି ଶବ ବ୍ୟବଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତରିତ କରାଯିବ ବୋଲି ସୂଚନା ମିଳିଛି| ମୃତ ପରିବାର ବର୍ଗକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାଧାରଣ ରେ ଦାବି କରାଯାଉଛି|