ଭୁବନେଶ୍ୱର: ଓଡିଶାର ଚାଷୀଙ୍କ ପାଇଁ ବିଜେଡି ବିଧାୟକ ମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବିଧାନସଭାରୁ ସିଧା ବାହାରି ରାଜଭବନ ଆଡକୁ ଯାଇଥିଲେ । ଚାଲି ଚାଲି ବିଜେଡି ବିଧାୟକ ମାନେ ପହଞ୍ଚିଥିଲେ ରାଜଭବନରେ । ଓଡିଶା ଚାଷୀଙ୍କୁ କେନ୍ଦ୍ରସରକାରଙ୍କ ଅବେହେଳା ନେଇ ୫ ଦଫା ଦାବି ପତ୍ର ରାଜ୍ୟପାଳଙ୍କୁ ଦେଇଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ, ଉଷୁନା ଚାଉଳ ଉଠାଣ ଓ ସାର ଯୋଗାଣ ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ବିଜେଡି ବିଧାୟକ। ବିଧାନସଭାରେ ଚାଷୀ ପ୍ରସଙ୍ଗରେ ଆଲୋଚନା କରାଇ ଦେଇନାହାନ୍ତି ବିରୋଧୀ। ପ୍ରତିବାଦରେ ବିଜେଡି ସଦସ୍ୟମାନେ ବିଧାନସଭା ପରିସରସ୍ଥିତ ଗାନ୍ଧି ପ୍ରତିମୂର୍ତ୍ତି ତଳେ ଧାରଣ ଦେଇଥିଲେ। ଏହାପରେ ବିଧାନସଭା ପରିସରରୁ ରାଜଭବନ ଯାଏ ଚାଲି କରି ଯାଇ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଚାଷୀ ମାରଣନୀତିକୁ ଜୋରଦାର ବିରୋଧ କରିଛି ବିଜେଡି।