ଡକ୍ଟର ସୁନୀତି ମୁଣ୍ଡଙ୍କୁ ଭୁବନେଶ୍ୱର ମେୟର ପ୍ରାର୍ଥୀ ଘୋଷଣା କଲା ବିଜେପି

0

ଭୁବନେଶ୍ୱର : ମହାନଗର ନିଗମ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ଜାରି ରହିଛି । ପୂର୍ବରୁ କଂଗ୍ରେସ ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ଏବେ ଭାରତୀୟ ଜନତା ପାର୍ଟି ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି । ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ଡକ୍ଟର ସୁନୀତି ମୁଣ୍ଡଙ୍କୁ ପ୍ରାର୍ଥୀ କରିଛି ବିଜେପି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରେସ୍ ମିଟ୍ କରି ଘୋଷଣା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସୁନୀତି ମୁଣ୍ଡଙ୍କୁ ଭୁବନେଶ୍ୱର ମେୟର ପ୍ରାର୍ଥୀ ଘୋଷଣା କଲା ବିଜେପି ।