ବିଜେପି ତରଫରୁ ସାମାଜିକ ନ୍ୟାୟ ସେବା ପକ୍ଷ ପାଳନ ଅବସରରେ କୃଷକ ଲାଭର୍ଥୀ ସମ୍ମିଳନୀ ଆୟୋଜିତ

0

ପାରାଦୀପ(ପ୍ରଶାନ୍ତ କୁମାର ସ୍ଵାଇଁ): ବିଜେପି ତରଫରୁ ସାମାଜିକ ନ୍ୟାୟ ସେବା ପକ୍ଷ ପାଳନ କରିବା ଅବସରରେ କୁଜଙ୍ଗ ଠାରେ ଏକ କୃଷକ ଲାଭାର୍ଥୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି କୃଷକ ଲାଭାର୍ଥୀ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଯୋଗଦେଇ କେନ୍ଦ୍ର ସରକାରଙ୍କ ତରଫରୁ ମିଳୁଥିବା ବିଭିନ୍ନ ଯୋଜନା ଗୁଡିକୁ କିପରି ଭାବରେ ତୃଣମୂଳ ସ୍ତରରେ ସମସ୍ତ କୃଷକ ମାନେ ଏହିସକୁ ଯୋଜନା ରେ ସାମିଲ ହୋଇ କିପରି ଲାଭବାନ ହୋଇପାରିବେ ଏ ନେଈ ନିଜର ବକ୍ତବ୍ୟ ରଖିଥିଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ପ୍ରଧାନମନ୍ତ୍ରୀ କୃଷକ ବୀମା ଯୋଜନା ରେ ସାଧାରଣ କୃଷକ ମାନେ କିପରି କେନ୍ଦ୍ର ସରକାରଙ୍କ ତରଫରୁ ମିଳୁଥିବା ବିଭିନ୍ନ ଜନକଲ୍ୟାଣ କାରି ଯୋଜନା ଗୁଡିକରୁ କିପରି ସାଧାରଣ ଲୋକମାନଙ୍କ ପାଖରେ ପହଂଚିପାରିବ ଏ ନେଈ ତୃଣମୂଳ ସ୍ତର ରେ ବିଜେପି କର୍ମୀ ମାନେ କାର୍ୟ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ରାଜ୍ୟ ସଭାପତି ।