ଭୁବନେଶ୍ୱର:ଶୂନ୍ୟକାଳ ରେ ଗୃହ ରେ ବିଜେପି ଉଠେଇଲା ଅଙ୍ଗନବାଡି କର୍ମୀଙ୍କ ପ୍ରସଙ୍ଗ | ଲୋଏର ପିଏମଜି ରେ ଆନ୍ଦୋଳନ କରୁଛନ୍ତି ଅଙ୍ଗନବାଡି କର୍ମୀ | ଦୀର୍ଘ ବର୍ଷ ଧରି ଦାବି କରିଆସୁଛନ୍ତି | ସେମାନଙ୍କ ଦାବି ପୂରଣ ପାଇଁ ବାଚସ୍ପତି ଙ୍କୁ ଅନୁରୋଧ କଲେ ବିଜେପି ବିଧାୟକ ମୋହନ ମାଝୀ | ୮ ଦଫା ଦାବି ସେମାନଙ୍କ ପୂରଣ ହେବା ଯୋଗ୍ୟ | ୫୦ ହଜାର ଅଙ୍ଗନୱାଡି କର୍ମୀ ଆନ୍ଦୋଳନ କରୁଛନ୍ତି ସେପଟେ ଅଙ୍ଗନୱାଡି ବନ୍ଦ | ରାଜ୍ୟ ସରକାର ସେମାନେ ଧାରଣା ରେ ବସିଥିବା ବେଳେ ସେମାନଙ୍କୁ ସରକାର ଧାରଣା ରେ ନ ବସିବା ପାଇଁ ଡରେଇବା ସମ୍ପୂର୍ଣ୍ଣ ଭୁଲ. | ବାଚସ୍ପତି ଙ୍କ ମାଧ୍ୟମ ରେ ସରକାର ସେମାଙ୍କୁ ଡାକି ଆଲୋଚନା କରନ୍ତୁ | କାମ କରୁଥିବା ବେଳେ କିଛି ଦୁର୍ଘଟଣା ହେଲେ ସେମାନଙ୍କୁ ୫ ଲକ୍ଷ ଟଙ୍କା ଏବଂ ପେନସନ ୫ ହଜାର ଯୋଗେଇ ଦିଅନ୍ତୁ ସରକାର, ଏହାକୁ ଗୁରୁତର ଭାବେ ନିଅନ୍ତୁ |