ବିଜେପି ରାଜ୍ୟ ଉପସଭାପତିଙ୍କ ବଣ୍ଡା ଓ ଡିଡାଇ ଅଞ୍ଚଳ ଗସ୍ତ

0

(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି): ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଳକ୍ ଅଧିନସ୍ଥ ମୁଦୁଲି ପଡା ଓ ଅଣ୍ଡିରା ହାଲ ଗ୍ରାମ ପଞ୍ଚାୟତକୁ ଗସ୍ତ କରିଛନ୍ତି ବିଜେପିର ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ । ଏହି ଗସ୍ତ ସମୟରେ ସେ ବଣ୍ଡା ଓ ଡିଡାଇ ସଂପ୍ରଦାୟ ଲୋକଙ୍କୁ ସେମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ପଚାରି ବୁଝିଛନ୍ତି। ସେ ଲୋକଙ୍କ ସାମାଜିକ କଲ୍ୟାଣକାରୀ ବ୍ୟବସ୍ଥା ସାଙ୍ଗକୁ ପାନୀୟ ଜଳର ଅବ୍ୟବସ୍ଥା ,ପଞ୍ଚାୟତ ସ୍ତରୀୟ ରାସ୍ତାଘାଟ, ଆଲୋକୀକରଣ , ପାଇଖାନା, ସଫେଇ ପରିମଳ ଓ ସିତା କୁଣ୍ଡ ପରିସରରେ ଅବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ସେହି ଅଞ୍ଚଳରେ ବଣ୍ଡା ଜନଜାତିଙ୍କ ବିକାଶ ପାଇଁ କାର୍ୟ୍ୟ କରୁଥିବା ବଣ୍ଡା ଉନ୍ନୟନ ସଂସ୍ଥା ଓ ଉକ୍ତ ଅପ୍ସଚଳରେ ଥିବା ବିକାଶ ଏନଜିଓ ପ୍ରାୟ ସ୍ଥାଣୁ ପାଲଟିଯାଇଥିବା ସହ ଉନ୍ନୟନ ମୂଳକ କାର୍ୟ୍ୟ କରିବା ନାରେ ଅର୍ଥ ତୋଷାର ପାତ କରିଥିବା ଅଭିଯୋଗ କରିଛନ୍ତି। ଏହି ସବୁ ସଂସ୍ଥା ଦୁର୍ନୀତିରେ ଲିପ୍ତ ଥାଇ କୌଣସି ଆଖି ଦୃଶିଆ ଉନ୍ନୟନ କାର୍ୟ୍ୟ କରୁନଥିବା କଥା ବଣ୍ଡା ଜନଜାତିର ଲୋକ ଅଭିଯୋଗ କରିଛନ୍ତି। ଏପରିକି ପିଇବା ପାଣି ସମସ୍ୟାକୁ ନିରାକରଣ ପାଇଁ ଲକ୍ଷେ ଲକ୍ଷେ ଟଙ୍କା ଆସିଥିଲେ ମଧ୍ୟ ତାହା କାଗଜ କଲମରେ ହିଁ ସିମିତ ରହୁଛି। ଉକ୍ତ ଦାବି ଗୁଡିକ ଉପରେ ସେ ତୁରନ୍ତ ପ୍ରଶାସନ ଓ ସରକାରଙ୍କୁ ଜଣାଇବା ସହ ଆସନ୍ତା ଦିନରେ ସମସ୍ୟା ଗୁଡ଼ିକର ସମାଧାନ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସେ ଖାସକରି ପଡେଇଗୁଡାରେ ଥିବା ପୌରାଣିକ କିମ୍ବଦନ୍ତୀ ସିତାକୁଣ୍ଡର ବିକାଶ କରିବା ସହ ଏଠାକୁ କିପରି ବହୁ ସଂଖ୍ୟାରେ ପର୍ୟଟକ ଆସିପାରିବେ ତା ଉପରେ ବିଶେଷ ଧ୍ୟାନ ଦେବେ ବୋଲି କହିଛନ୍ତି । ଏହି ଗସ୍ତ କାଳରେ ବିଜେପି ଦଳର ଗୁଣନିଧି ନାୟକ, ପଦୁମାଝୀ, ,ବାଲରାଜ କାଟ୍ରି ,ଶିବପାଙ୍ଗି, ସମା ଧାଙ୍ଗାଡାମାଝୀ,ଜୋତିରଞ୍ଜନ ବେହେରା ଓ ବିଦ୍ୟାଧର ସାହାଣୀ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ବୁଝିବାରେ ସହାୟକ ହୋଇଥିଲେ ।