ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ଏପଟେ ଥାନାରେ ପୁଳାପୁଳା ଅଭିଯୋଗ

0

(ଭୁବନେଶ୍ୱର-ରାଜେଶ ସାହୁ) ଆଉ ହାତରେ ରହିଲା ମାନ୍ତ୍ର ୫ ଦିନ । ୩ଟି ପ୍ରମୁଖ ପାର୍ଟି ବିଜେଡି,ବିଜେପି ଓ କଂଗ୍ରେସ ନିଜନିଜର କର୍ମୀ ଓ ନେତାଙ୍କୁ ନେଇ ମଇଦାନରେ ହାଇ ଭୋଲ୍ଟେଜ ରାଲି କରିବାକୁ ପଛାଉ ନାହିଁ । ଏମିତି କି ମହାମାରୀ କରୋନା ନେତାଙ୍କ ହାଇ ଭୋଲ୍ଟେଜ ରାଲି ପାଖ ମାଡୁ ନଥୁବା କହିଲେ ଭୁଲ ହେବ ନାହିଁ । ସତରେ ଯେମିତି ନେତାଙ୍କୁ ଭୟକରିଛି ମାହାମାରୀ କରୋନା । ପୁଳା ପୁଳା କର୍ମୀ ଓ ମନ୍ତ୍ରୀ ସାଙ୍ଗକୁ ଷ୍ଟାର ପଚାରକ ମଇଦାନରେ ଓଳାଇଛନ୍ତି । କିଏ ବାଇକରେ ଆଉ କିଏ ଭିଭିଆଇପି ଗାଡଡିରେ ତହ ଆଉ କିଏ ଗରୀବଙ୍କ ଗରେଯିବାକୁ ପଛ।।ଇ ନାହିଁ । ସ୍ୱାଧୀନତାର ବର୍ଷବର୍ଷ ପରେ ମଧ୍ୟ ଗ୍ରାମରେ ଲୋକଙ୍କ ପାଖରେ ପଞ୍ଚି ପାରି ନାହମଁ ପକା ଘରଟିଏ । ହେଲେ ନେତା ତାହାର ମଧ୍ୟ ଭରପୁର ଫାଇଦା ନେବାକୁ ପଛାଇ ନାହାନ୍ତି । ଯିଏ ଯେମିତି ପାଲିଲା ଫୋଟୋ ଉଠାଇ ଲୋଲିଆବ ମିଡିଆରେ ପୋଷ୍ଟ କରିବାକୁ ପଛାଇ ନାହିଁ । ଏପଟେ ନେତାଙ୍କ ଅଭୁଲା ଅଭିନୟ ଦେଖିବାକୁ ମିଳିଛି ସେହି ଅଭିନୟରେ ସାରଥି ରହିଛନ୍ତି ନେତାଙ୍କ ପୋସା ଚାକର । ଏମିତିକି ଯିଏ ଯେମିତି ପାରିଲା ଅନ୍ୟ ଉପରେ ଦୋଷ ଲାଦିବାକୁ ପଛାଉ ନାହାଁନ୍ତି । କିଛି କେଏଁ ହେଲେ ହାତାହାତି ଏମିତି ହେଉଛିନ୍ତି ଯେ ପୋଲିସ ଥାନାପାଖରୁ ଆରମ୍ଭ କରୀ ନିର୍ବାଚନ ଅଧିକାରୀଙ୍କ ନାକେ ଦମ କରିବାରେ ବ୍ୟସ୍ଥ ଏବେ ସବୁ ଦଳର ଛାମୁଆ ନେତା ।
ଏପଟେ ଆଜି ପିପିଲି ଉପନିର୍ବାଚନ ପାଇଁ ଆଜି ଭର୍ଚୁଆଲ ମାଧ୍ୟମରେ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୋମବାର ଅପରାହ୍ଣ ୪ଟାରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ପିପିଲିବାସୀଙ୍କୁ ଭୋଟ୍ ମାଗିବେ ନବୀନ।

ଏଥିପାଇଁ ପିପିଲି ବ୍ଲକ୍ ଓ ଏନଏସି ସହ ଡେଲାଙ୍ଗ ବ୍ଲକ୍ର ବିଭିନ୍ନ ପଞ୍ଚାୟତରେ ଭର୍ଚୁଆଲ ସଭାର ଆୟୋଜନ କରାଯାଇଛି। ଭର୍ଚୁଆଲ ପ୍ରଚାର ପାଇଁ ସଭାସ୍ଥଳୀଗୁଡ଼ିକରେ ଏଲ୍ଇଡିର ବ୍ୟବସ୍ଥା କରାଯାଇଛି। ମୋଟ୍ ୬ଟି ଜୋନରେ ପିପିଲି ଓ ଡେଲାଙ୍ଗବାସୀଙ୍କ ସହ ଯୋଡ଼ିହୋଇ ରୁଦ୍ରଙ୍କ ପାଇଁ ଭୋଟ୍ ମାଗିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଏପ୍ରିଲ ୧୭ରେ ପିପିଲିରେ ଭୋଟ୍ ହେବ। ଏଥିପାଇଁ ସେଠାକାର ରାଜନୀତିକ ପାଣିପାଗ ସରଗରମ ରହିଛି। ଜିନ୍ଦାବାଦ୍, ନାରାବାଜି ଆଦିରେ କମ୍ପୁଛି ପିପିଲିର ଗାଁ ଦାଣ୍ଡ। ଏପ୍ରିଲ ୧୫ରୁ ପ୍ରଚାର ବନ୍ଦ ହେବ। ଏଥିପାଇଁ ବିଭିନ୍ନ ଦଳର ହେଭିଓ୍ଵେଟମାନେ ସେମାନଙ୍କ ପ୍ରାର୍ଥୀମାନଙ୍କ ପାଇଁ ଜୋରସୋର୍ ପ୍ରଚାର ଚଳାଇଛନ୍ତି। ଅନ୍ୟପଟେ ଏପ୍ରିଲ ୧୩ରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ