ରାଇରଙ୍ଗପୁର/ ସତ୍ୟନାରାୟଣ ପାଲ : ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର । ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ୧୩ ନମ୍ବର ଓ୍ବାର୍ଡର ବଣସାହିର ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି । ମୃତ ଯୁବତୀ ଜଣଙ୍କ ହେଉଛନ୍ତି ସ୍ୱର୍ଗତ ଦୀପକ ମହାନ୍ତଙ୍କ ଝିଅ ଲିଜା ମହାନ୍ତି । ରାଇରଙ୍ଗପୁର ମହାବିଦ୍ୟାଳୟରେ ଯୁକ୍ତ ତିନି ଦିତୀୟ ବର୍ଷର ଛାତ୍ରୀ ଥିଲେ ଲିଜା । ମାନସିକ ଭାରସ୍ୟାମ୍ୟ ହରାଇ ଲିଜା ଆତ୍ମହତ୍ୟା କରିଥିବା କୁହାଯାଉଛି । ତେବେ ଘଟଣା ସ୍ଥଳରେ ରାଇରଙ୍ଗପୁର ଟାଉନ ପୋଲିସ ଏସଆଇ ବିରଞ୍ଚି ନାଏକ ପହଁଚି ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।