ଜଙ୍ଗଲ ଭିତରୁ ଯୁବତୀଙ୍କ ଶବ ଉଦ୍ଧାର

0

କରଞ୍ଜିଆ: ଜଙ୍ଗଲ ଭିତରୁ ଜବତ ହେଲା ଅଜଣା ଯୁବତୀଙ୍କ ମୃତଦେହ । ମୟୁରଭଞ୍ଜ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ଦେଖିବାକୁ ମିଳିଛି ଏମିତି ଅଭାବନୀୟ ଘଟଣା । ତେବେ ପାରିପାଶ୍ୱର୍ିକ ଅବସ୍ଥାକୁ ଦେଖିଲେ ଏହା ଏକ ହତ୍ୟା ଘଟଣା ବୋଲି ଅନୁମାନ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଠାକୁରମୁୁଣ୍ଡା ଥାନା ଖଣ୍ଡବନ୍ଧ ପଞ୍ଚାୟତ ସରବାଳି ସାହି ପାଖ ଜଙ୍ଗଲରୁ ଅଜଣା ଯୁବତୀଙ୍କ ମୃତଦେହ ଦେଖିବାକୁ ମିଳିଛି । ଯୁବତୀଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । କରଞ୍ଜିଆ ଏସଡିପିଓ ଏବଂ ଠାକୁରମୁଣ୍ଡା ପୋଲିସ ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି । ସେପଟେ ମୃତଦେହର ପାରିପାଶ୍ୱର୍ିକ ଅବସ୍ଥା ଦେଖି ଏହା ଏକ ହତ୍ୟା ଘଟଣା ବୋଲି ଅନୁମାନ କରାଯାଉଛି ।