ବିବାହିତା ପ୍ରେମିକାକୁ ଦେଖା କରିବାକୁ ଆସି ଧରାପଡ଼ିଲେ ପ୍ରେମିକ

0

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏଜ ଅମାନବୀୟ ଘଟଣା। ପରକୀୟା ପ୍ରୀତିକୁ ନେଇ ଜଣେ ଯୁବକକୁ ଗ୍ରାମବାସୀ ଦେଇଛନ୍ତି ତାଳିବାନୀ ଷ୍ଟାଇଲରେ ଦଣ୍ଡ। ଏହାର ଏକ ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି। ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ସିନ୍ଧିଗୁଡା ଗାଁରେ ଜଣେ ବିବାହିତ ମହିଳାଙ୍କୁ ଭେଟିବାକୁ ରାତି ଅଧରେ ମହିଳାଙ୍କ ଘରକୁ ପୁରୁଣା ପ୍ରେମିକ ଆସିଥିଲେ ।

ଏହି ବିଷୟରେ କୌଣସି ପ୍ରକାରେ ଉକ୍ତ ମହିଳାଙ୍କ ସ୍ୱାମୀ ଜାଣିବା ପରେ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଧରିଥିଲେ । ଗ୍ରାମବାସୀ ସେମାନଙ୍କୁ ଗାଁ ଦାଣ୍ଡରେ ଥିବା ଏକ ଖୁଣ୍ଟରେ ବାନ୍ଧି ଉଲଗ୍ନ କରି ନିସ୍ତୁକ ମାଡ଼ ମାରିବା ସହ ଯୁବକର ଗୁପ୍ତାଙ୍ଗରେ ସିଗାରେଟରେ ଚେଙ୍କ ଦେଇଥିଲେ । ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଏବଂ ଗ୍ରାମବାସୀ ମିଶି ପ୍ରେମିକ ଓ ମହିଳାଙ୍କୁ ଗାଁରୁ ତଡି ଦେଇଥିଲେ ।

ବିଳମ୍ବିତ ରାତିରେ ଘଟିଥିବା ଏହି ଘଟଣା ମୋବାଇଲରୁ ମୋବାଇଲକୁ ଘୁରି ବୁଲିବା ପରେ ମୈଦଲପୁର ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇ ଅଭିଯୁକ୍ତଙ୍କ ଗିରଫଦାରୀ ଆରମ୍ଭ କରାଯାଇଥିବା ଜଣାପଡ଼ିଛି। ସ୍ୱାମୀ ଆନନ୍ଦ ଗୌଡ଼ଙ୍କ ସହ ୮ ଅଭିଯୁକ୍ତଙ୍କୁ ଗିରଫ କରିଛି ପାପଡାହାଣ୍ଡି ପୋଲିସ । ଭାଇରଲ ଭିଡ଼ିଓକୁ ଆଧାର କରି ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରି ଗିରଫ କରାଯାଉଥିବା ନେଇ ନବରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜୟକୃଷ୍ଣ ବେହେରା କହିଛନ୍ତି।