କାଉଡିଆ ଉପରେ ମାଡ଼ିଗଲା କାର

0

ପିପିଲି : କାଉଡିଆ ଉପରେ ମାଡ଼ିଗଲା କାର । ଏଭଳି ଅଘଟଣ ଘଟିଛି ପିପିଲି ଛକରେ ଥିବା ପେଟ୍ରୋଲ ଟାଙ୍କି ନିକଟରେ। ସୁଚନାନୁସରେ , ପୁରୀ ମାର୍କଣ୍ଡ ସାହିର ମଧୁବନ ଅଞ୍ଚଳର ୧୦ ପାସ କରିଥିବା ଛାତ୍ର ନୃସିଂହ ମୁଦୁଲି । ଯେକି ନିଜ ବାପାଙ୍କ ସହ କଟକ ଗଡିଡିଆ ଘାଟରୁ ପାଣି ଉଠାଇ ପୁରୀ ଲୋକନାଥ ଯାଉଥିଲେ।ତେବେ ପିପିଲି ଛକରେ ଶନିବାର ରାତିରେ ରହିଥିଲେ । ପେଟ୍ରୋଲ ଟାଙ୍କି କଡରେ ଥିବା କାଉଡିଆ ବିଶ୍ରାମ ନିକଟରେ ବିଶ୍ରାମ ସାରି ରବିବାର ସକାଳୁ ଗାଧୋଇ ପୁଣି ପାଣି‌ଭାର‌ନେଇ ବାହରିଥିଲେ।

ଆଉ ସେତେବେଳେ ତାଙ୍କ ଉପରେ ମାଡ଼ିଗଲା କାର । ଦୁର୍ଭାଗ୍ୟବସତ ଏକ ଇଣ୍ଡିଗୋ‌କାର ତାଙ୍କ ଉପରକୁ ମାଡିଯାଇଥହୀଲା ଯାହା ଫଳରେ ତାଙ୍କ ଗୋଡ ରେ ଗୁରୁତର ଆଘାତ ଲାଗିଥିବା ବେଳେ।ମୁଣ୍ଡ ଓ ମୁହ ଫାଟି ଗୁରୁତର ହୋଇଛନ୍ତି। ଏନେଇ କ୍ୟାପିଟାଲ ହସପିଟାଲରେ ଭର୍ତି ହୋଇଛନ୍ତି କାଉଡିଆ ଭକ୍ତ। ଏବେ ତାଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।