ଓଲଟି ପଡିଲା ମାଲବାହୀ ଟ୍ରକ
ଉଦଳା /ଦୀପକ ମିଶ୍ର: ଉଦଳା ରାଜ୍ୟ ରାଜପଥର ତିଲକା ଛକ ଠାରେ କାରକୁ ଦୁର୍ଘଟଣାରୁ ବଞ୍ଚାଇବାକୁ ଯାଇ ଏକ ମାଲବାହୀ ମିନିଟ୍ରକ ରାସ୍ତା ଉପରେ ଓଲଟି ପଡିଛି । ସୂଚନା ଅନୁଯାୟୀ ବାରିପଦା ରୁ ଉଦଳା ଅଭିମୁଖେ ଓଡ଼ି ୧୧ ଆର-୯୫୩୩ ନମ୍ବର ବିଶିଷ୍ଟ ୪୦୭ ଟ୍ରକ ଯୋଗେ ଗ୍ରୋସରି ସାମଗ୍ରୀ ବୋଝେଇ ହୋଇ ଯାଉଥିଲା । ରାଜପଥର ତିଲକା ଛକ ଠାରେ ବାମପାର୍ଶ୍ଵ ରେ ଥିବା ପଥରା ଗ୍ରାମରୁ ଏକ କାର ଦୃତଗତି ଅତର୍କୀତ ଭାବେ ମୁଖ୍ୟ ରାସ୍ତା ଉପରକୁ ଚାଲି ଆସିଥିଲା । ଚାଲି ଆସିଥିବା କାର ଓ ଏହା ମଧ୍ୟରେ ଥିବା ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ମାଲ ବୋଝୋଇ ମିନିଟ୍ରକ ଟି ଭାରସାମ୍ୟ ହରାଇ ରାଜପଥ ଉପରେ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ମାଲ ବୋଝୋଇ ମିନିଟ୍ରକ ରେ ଥିବା ଦୁଇ କର୍ମଚାରୀ ଫସିରହି ଥିବା ବେଳେ ପଥଚାରୀ ଓ ନିକଟସ୍ଥ ଗ୍ରାମବାସୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ । ତେବେ ଗାଡ଼ି ଚାଳକ ସାମାନ୍ୟ ଆହତ ହୋଇଥିବା ବେଳେ ତାର ସହଯୋଗୀ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାଯାଇଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।