ଏମ୍ଆଇ ସିନଣ୍ଡ୍ରମ ମୁଣ୍ଡ ବିନ୍ଧାର କାରଣ….

0

(ଭୁବନେଶ୍ୱର): ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରି ସିଣ୍ଡ୍ରମ ବା ଏମ୍ଆଇ ସିଣ୍ଡ୍ରମ ର ସମ୍ଭାବନା ବଢ଼ିବାରେ ଲାଗିଛି । ଏହି ସିଣ୍ଡ୍ରମ ୧୮ ବର୍ଷରୁ କମ୍ ବର୍ଷ ପିଲାଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ଏହା ପ୍ରଥମ ଲହରରେ ଚିହ୍ନଟ ହୋଇଥିଲା ମାତ୍ର ଦ୍ୱିତୀୟ ଲହରରେ ବହୁତ ପିଲା ଏମ୍ଆଇ ସିଣ୍ଡ୍ରମ ରେ ଡାକ୍ତରଖାନା ଆସୁଥିବାର ଦେଖାଯାଉଛି । ତେବେ କୋଭିଡ଼ରୁ ସୁସ୍ଥ ହେବାର ଏକ ମାସ ପରେ ପିଲା ମାନଙ୍କ ମଧ୍ୟରେ ମୁଣ୍ଡ ବିନ୍ଧା, ଝାଡ଼ା, ବାନ୍ତି ଭଳି ଲକ୍ଷଣ ଦେଖା ଯାଉଛି । ତେବେ ଏହି ଭଳି ଲକ୍ଷଣ ଦେଖା ଗଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନିଆଯାଇ ହସ୍ପିଟାଲରେ ଭର୍ତ୍ତି କରାଗଲେ ମୃତ୍ୟୁ ହାର କମିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ ଆହୁରି ମଧ୍ୟ କହିଛନ୍ତି ଯେ ସବୁ ହସ୍ପିଟାଲରେ ପିଲାଙ୍କ ପାଇଁ ଅକ୍ସିଜେନ୍ ସିଲିଣ୍ଡର ଓ ବେଡ୍ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଇସିୟୁ ଓ ଏଚ୍ଡିୟୁ ବ୍ୟବସ୍ଥା ପାଇଁ ବନ୍ଦୋବସ୍ତ ଚାଲିଛି । ଖୁବଶୀଘ୍ର ପତ୍ୟେକ ହସ୍ପିଟାଲରେ ଏପରି ସୁବିଧା ମିଳିବ ।