ଓଡିଶା ବାସୀଙ୍କୁ ଧୋକା ଦେଲେ କେନ୍ଦ୍ର ସରକାର

0

ଭୁବନେଶ୍ୱର: ମଉଳିଗଲା ସବୁ ସ୍ବପ୍ନ | କେନ୍ଦ୍ର ସରକାରଙ୍କ ମିଛ ବାହାସ୍ପଟର ଶିକାର ହୋଇଛନ୍ତି  ଓଡିଶା ବାସୀ | ସ୍ୱାସ୍ଥ୍ୟସେବାରେ ଓଡିଶା ପାଇଁ ହାତ ଟେକିଦେଇଛି କେନ୍ଦ୍ର |ସୁନ୍ଦରଗଡରେ ରାଜ୍ୟର ଦ୍ୱିତୀୟ ଏମସ୍ ସ୍ଥାପନ ପ୍ରସଙ୍ଗରେ ଚୁପ ହେଇ ଯାଇଛନ୍ତି କେନ୍ଦ୍ରସରକାର |ପୂର୍ବରୁ ଭୁବନେଶ୍ୱରରେ ଇଏସଆଇ ମେଡିକାଲ କଲେଜ ଓ ହସପିଟାଲ, ରାଉରକେଲା ଆଇଜିଏଚ୍ରେ ମେଡିକାଲ କଲେଜ ସ୍ଥାପନ ପାଇଁ ପ୍ରତିଶ୍ରୁତିରୁ କେନ୍ଦ୍ର ସରକାର ଓହରି ଯାଇଥିବାବେଳେ,ଏବେ ପୁଣି ସୁନ୍ଦରଗଡର କଥାକୁ ନେଇ ନିରବଦ୍ରଷ୍ଟା କେନ୍ଦ୍ର ସରକାର |

କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାଓ୍ୱାର କହିଛନ୍ତି ରାଜ୍ୟ ସରକାର ସୁନ୍ଦରଗଡ଼ରେ ଏମସ୍ ସ୍ଥାପନ ପାଇଁ ପ୍ରସ୍ତାବ ଦେଇଥିଲେ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ନୁହଁନ୍ତି କେନ୍ଦ୍ର ସରକାର ।ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ପ୍ରସଙ୍ଗରେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ ଓ ବିଜେଡି ସାଂସଦ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଛନ୍ତି । ତଥାପି କେନ୍ଦ୍ର ତାର ମନମାନି କରିଚାଲିଛି |ସୁନ୍ଦରଗଡ ଏମସ ପାଇଁ ସିଧା ହାତ ଦେଇଦେଇଛି କେନ୍ଦ୍ର |