ମାଁ ବୁଢି ଠାକୁରାଣୀ ଓ ବୁଢାରାଜାଙ୍କ ଚୈତ୍ର ଯାତ୍ରା ଅନୁଷ୍ଠିତ

0

(ରାୟଗଡା/ ସନ୍ତୋଷ କୁମାର ଲମତା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତ ଅଧିନସ୍ଥ ରାଉତପରଡି ଗୁଡା ଗାଁରେ ମାଁ ବୁଢୀ ଠାକୁରାଣୀ ଓ ବୁଢାରାଜା ଙ୍କ ବାର୍ଷିକ ଚୈତ୍ର ଯାତ୍ରା ଅନୁଷ୍ଠିତ ହୋଇଛି ।ଏଥିରେ ପୂଜକ ବିଶ୍ୱନାଥ ରାଉତଙ୍କ ଦ୍ଵାରା ରୀତିନୀତି ଅନୁଯାୟୀ ପୂଜାପାଠ କରି ନିଜ ଦେହକୁ କାଳସୀ ବା ଦେବତା ଆଶ୍ରୟ ହେବା ପରେ କଣ୍ଟା ଦଳି ରେ ଝୁଲି ବା ସହ ଝାମୁ ବା ନିଆଁ ଚାଲିଥିଲେ ।

ଏଥିରେ ମାନସିକ ଧାରୀମାନେ ନିଜ ନିଜ ମାନସିକ ପୂରଣ ହୋଇଥିବାରୁ ସେମାନେ କୁକୁଡ଼ା ,ଛେଳି, ପାରା ବଳି ଦେଇ ଦେବୀଙ୍କୁ ସନ୍ତୁଷ୍ଟ କରିଥିଲେ । ପୂଜକକୁ କାଳସି ଆଶ୍ରୟ ହେବା ପରେ ଭକ୍ତ ମାନେ ଚାଉଳ ନେଇ ପୂଜକଙ୍କୁ ଦେଇ ନିଜ ନିଜ ସମସ୍ୟା ଜଣାଇଥାନ୍ତି । ଏହି ଯାତ୍ରା ତିନିଦିନ ଧରି ଆଡମ୍ବରରେ କରାଯିବା ପରେ ଶେଷ ଦିନରେ ପୂଜକ ନିଆଁ ରେ ଚାଲି ଯାତ୍ରା ଶେଷ କରିଥିଲେ ।

ଏହି ଠାକୁରାଣୀ ମନ୍ଦିରଟି ଗାଁର କିଛିଦୂର ଏକ ଛୋଟିଆ ପାହାଡ଼ ଉପରେ ରହିଛି । ଏହାର ମନ ଲୋଭ ଦୃଶ୍ୟ ଦେଖିବା ପାଇଁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଭକ୍ତ ମାନେ ଯାତାୟତ କରୁଥିବା ଦେଖିବାକୁ ମିଳିଛ । କରୋନା କଟକଣା ଯୋଗୁଁ ଦୁଇ ବର୍ଷ ପରେ ଯାତ୍ରା ହେଊଥିବା ଯୋଗୁଁ ଭକ୍ତ ମାନଙ୍କ ମଧ୍ୟ ରେ ଊସ୍ଚାହିତ ଥିବା ଦେଖିବାକୁ ମିଳିଛ ଏହି ଯାତ୍ରା ସମୟରେ ପ୍ରାୟ ଶହ ଶହ ଭକ୍ତ ସମାଗମ ହୋଇଥିଲେ ।ଏଅବସରରେ ଯାତ୍ରା ପରିଚାଳନା କମିଟି ତରଫରୁ ବୁଗି ବୁଗି,ଓ ଭୁବନେଶ୍ୱରର ଡେନ୍ସ କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ମିଳିଛି ।