ୱାଲ୍ଡ ରେକର୍ଡରେ ସ୍ଥାନ ପାଇବ କୁକୁଡା ଅଣ୍ଡା

0

ଭାରତ : ଦୁନିଆ ଭାରି ବିଚିତ୍ର । ଆମ ଦୁନିଆରେ ଅନେକ ଜିନିଷ ଅଛି ଯାହାକୁ ଚିହ୍ନିବା ଆମ କଳ୍ପନା ବାହାରେ । ଏହି ବିଚିତ୍ର ଦୁନିଆରେ ସବୁ ଜୀବଜନ୍ତୁ, ପଶୁପକ୍ଷୀ ଦେଖିବାକୁ ଭିନ୍ନ । ଆକାର, ପ୍ରକାର, ଉଚ୍ଚତା ଓ ରଙ୍ଗ ସବୁଥିରେ ସାମଞସ୍ୟ ଦେଖିବାକୁ ମିଳେ । କେଉଁଠି ମଣିଷଟି ଉଚ୍ଚତାରେ ଅଧିକ ଥିବା ବେଳେ କେଁଉଠି ସାମାନ୍ୟ କମ ଉଚ୍ଚତା ଥାନ୍ତି । ତେବେ ଏସବୁ ତ ମଣିଷ ତଥା ପଶୁଙ୍କ ଜିନ ସଂପର୍କୟ ବୋଲି ବୈଜ୍ଞାନିକ ମାନେ ମତତ୍ତ ଦେଇଛନ୍ତି । କିନ୍ତୁ କେବେ ଭାବିଛନ୍ତି ଗୋଟିଏ ସାମାନ୍ୟ ଅଣ୍ଡାର ଉଚ୍ଚତା ୮.୧ ଇଂଚ ଥିବା ବୋଲି । ତେବେ ଆସନ୍ତୁ ଏହି ବିଚିତ୍ର ଅଣ୍ଡାର କାହାଣୀ ସଂପର୍କରେ ଜାଣିବା ।
ବଜାରରେ ମିଳୁଛି ବିଭିନ୍ନ କିସମର ଅଣ୍ଡା । କିନ୍ତୁ ଆମେ ସାଧାରଣତଃ କୁକୁଡା ଅଣ୍ଡାକୁ କିଣି ଆଣି ଖାଉ । ଯାହାର ଉଚ୍ଚତା ଓ ଓଜନ ମଧ୍ୟ ସାମାନ୍ୟ । ହେଲେ କୋଇମ୍ବାଟୁରର ଏକ ଫାର୍ମରେ ଥିବା କୁକୁଡାଟି ଦେଇଛି ସବୁଠୁ ବଡ ଅଣ୍ଡା । ଯାହାକୁ ଦେଖିବାକୁ ଲୋକଙ୍କ ଭିଡ ଜମୁଛି । ଅଣ୍ଡାକୁ ନେଇ ମାଲିକାଣୀ ୱାର୍ଲ୍ଡ ରେକର୍ଡ ପାଇଁ ମଦ୍ୟ ଆବେଦନ କରିଛନ୍ତି ।
ସୂଚନାନୁସାରେ କୋଇମ୍ବାଟୁରର ଜଣେ ଉଚ୍ଚ ଶିକ୍ଷିତା ମହିଳାଙ୍କ ପାଖରେ ଅଛି ଏପରି ଅଣ୍ଡା । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ମହିଳା ଜଣକ ହେଲେ କୋଇମ୍ବାଟୁରର ବାସିନ୍ଦା ସମିଲା । ସମିଲା ଉଚ୍ଚ ଶିକ୍ଷିତା ହୋଇଥିଲେ ମଧ୍ୟ ଚାକିରୀ ନପାଇବାରୁ ପରିବାର ପ୍ରତିପୋଷଣ କରିବା ପାଇଁ ୪ରୁ ୫ଟି କୁକୁଡା ଆଣି ଘରେ ପାଳିଲେ । ସମ୍ପର୍କର ସୁତାରେ ବାନ୍ଧି ହୋଇ ଧିରେ ଧିରେ ଅଧିକ କୁକୁଡା ରଖିବାକୁ ଆରମ୍ଭ କଲେ ସମିଲା । ପ୍ରଥମେ ମାଂସ ଉଦ୍ଦେଶ୍ୟରେ କୁକୁଡା ବିକି ଅର୍ଥ ଉପାର୍ଜନ କରିଥିଲେ କିନ୍ତୁ ପରେ ଅଣ୍ଡା ଚାଷ କରିବାକୁ ମନସ୍ତ କଲେ ।
ତେବେ ସବୁ ଦିନ ଭଳି ଫାର୍ମକୁ ଅଣ୍ଡା ସଂଗ୍ରହ କରିବାକୁ ଯାଇ ସେଠାରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସମିଲା । ସାମାନ୍ୟ ଅଣ୍ଡା ଠାରୁ ସେଦିନର ଅଣ୍ଡା କିଛି ଭିନ୍ନ ବୋଲି ଚିନ୍ତା କରି ତାକୁ ଘରକୁ ଆଣି ସୋସିଆଲ ମିଡିଆରେ ସେ ସଂପର୍କରେ ଜାଣିଥିଲେ । ସେଥିରୁ ସ୍ପଷ୍ଟ ହେଲେ ଯେ ତାଙ୍କ ଫାର୍ମ ଅଣ୍ଡା ସବୁ ରେକର୍ଡ ବ୍ରେକ କରିଛି । କାରଣ ପୂର୍ବରୁ ମିଳିଥିବା ବଡ ଅଣ୍ଡାର ଓଜନ ୪୦ ଗ୍ରାମ, ଉଚ୍ଚତା ୫.୫ ଇଞ୍ଚ ଓ ୫ ସେମି ଗୋଲେଇର ଥିବାବେଳେ ସମିଲାଙ୍କ କୁକୁଡା ଦେଇଥିବା ଅଣ୍ଡାର ଓଜନ ରହିଛି ୯୦ ଗ୍ରାମ । ଏହାର ଉଚ୍ଚତା ୮.୧ ଇଞ୍ଚ ଓ ଗୋଲେଇ ୬ ଇଂଚ । ଏବେ ଏହା ସବୁଠାରୁ ବଡ କୁକୁଡା ଅଣ୍ଡା ବୋଲି ଦାବୀ କରି ୱାର୍ଲ୍ଡ ରେକର୍ଡ ପାଇଁ ଆବେଦନ କରିଛନ୍ତି ସମିଲା । ଅଣ୍ଡାକୁ କୌଣସି ମ୍ୟୁଜିୟମରେ ରଖିବାକୁ ମନ କରିଛନ୍ତି ଅଣ୍ଡା ବ୍ୟବସାୟୀ ସମିଲା ।