ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେଲେ ଜଷ୍ଟିସ୍‌ ଉଦୟ ଉମେଶ ଲଳିତ

0

ନୂଆଦିଲ୍ଲୀ: ଦେଶର ୪୯ ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ ଉଦୟ ଉମେଶ ଲଳିତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଦେଶର ପ୍ରଧାନ ବିଚାରପତି ଭାବେ ଚୟନ କରିଛନ୍ତି। ଜଷ୍ଟିସ୍‌ ୟୁୟୁ ଲଳିତ ସୁପ୍ରିମକୋର୍ଟର ଅନ୍ୟତମ ବରିଷ୍ଠ ଜଜ୍‌ ଭାବେ କାର୍ଯ୍ୟ କରୁଥିଲେ। ଜଷ୍ଟିସ୍‌ ଲଳିତ ଅଗଷ୍ଟ ୨୭ ରେ ଶପଥ ନେବେ ଓ ପ୍ରଧାନ ବିଚାରପତି ଭାବେ ନଭେମ୍ବର ୮ ଯାଏଁ କାର୍ଯ୍ୟ କରିବେ।

ଏବେ ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଏନଭି ରମନ୍ନାଙ୍କ ସୁପାରିଶ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜଷ୍ଟିସ ଲଳିତ ଦେଶର ୪୯ ତମ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି । ସେପଟେ ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଏନଭି ରମନ୍ନା ଚଳିତମାସ ୨୬ ତାରିଖରେ ଅବସର ନେଉଥିବାରୁ ୨୭ ତାରିଖ ଦିନ ଜଷ୍ଟିସ ଉମେଶ ଉଦୟ ଲଳିତ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ । ସୂଚନାଯୋଗ୍ୟ ଯେ ଭାରତର ବର୍ତ୍ତମାନର ପ୍ରଧାନ ବିଚାରପତି ଏନ୍‌ଭି ରମଣା ଜଷ୍ଟିସ୍‌ ଉଦୟ ଉମେଶ ଲଳିତଙ୍କ ନାଁକୁ ପରବର୍ତ୍ତୀ ଉତ୍ତରାଧିକାରୀ ଭାବେ ସୁପାରିଶ କରିଥିଲେ।