ଭୁବନେଶ୍ୱର:ଭୁବନେଶ୍ୱର:ଶିକ୍ଷା ରୂପାନ୍ତରଣରେ ଯୋଡିହୋଇଛି ଆଉ ଏକ ଫର୍ଦ୍ଦ। ବିଭିନ୍ନ ମାଧ୍ୟାମିକ ସ୍କୁଲରେ ନବ ନିଯୁକ୍ତ ଶିକ୍ଷକ ମାନଙ୍କର ଓରିଏଣ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ ହୋଇଛି । ଏଥିରେ ନୂତନ ଭାବେ ନିଯୁକ୍ତି ପାଇଥିବା ୬ହଜାର ୮୯୧ଜଣ ଶିକ୍ଷକ ଅଂଶଗ୍ରହଣ କରିଛନ୍ତି ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷକତାର ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସମେତ ବିଭାଗୀୟ ସଚିବ ଓ ଅଧୀକାରୀମାନେ ଯୋଗ ଦେଇଛନ୍ତି ।ସେହିପରି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ଶିଳ୍ପ ଓ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ଟୁକୁନି ସାହୁ, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଉପସ୍ଥିତ ରହିଥିଲେ । ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକଙ୍କଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।ସେହିପରି ୬ ହଜାର ୮୯୧ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।