ଭୁବନେଶ୍ୱର : ମୁଲତବୀ ଆଲୋଚନା ପରିଶେଷରେ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ପ୍ରତିକ୍ରିୟା। ବିରୋଧୀ ଦଳ ମୁଖ୍ୟ ସଚେତକ ଯେଉଁ ଅଭିଯୋଗ ଆଣିଛନ୍ତି ସମ୍ପୂର୍ଣ ଭିତ୍ତିହୀନ, ଆଇନ୍ ସମସ୍ତଙ୍କ ଠୁ ଉର୍ଦ୍ଧରେ । ମୁଖ୍ୟମନ୍ତ୍ରୀ କେବେବି ଦୋଷୀଙ୍କୁ ପ୍ରଶୟ ଦେଇ ନାହାନ୍ତି। ସବୁ ମାମଲାରେ ଦଣ୍ଡ ବିଧାନ କରାଯାଇଛି। ନାଗ ଦମ୍ପତି ମାମଲାରେ ଖଣ୍ଡଗିରି ଓ ନୟାପଲ୍ଲୀ ଥାନାରେ ଦୁଇଟି ମାମଲା ରୁଜୁ ହୋଇ ତଦନ୍ତ କରାଯାଉଛି।
ନୟାପଲ୍ଲୀ ଥାନାରେ ଅକ୍ଷୟ ପରିଜାଙ୍କ ଏତଲା ଆଧାରରେ ମାମଲା ରୁଜୁ ହୋଇ ଆଇଆଇସିଙ୍କ ଦ୍ଵାରା ତଦନ୍ତ ଚାଲିଛି। ଖଣ୍ଡଗିରି ଥାନାର ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଏତଲା ଆଧାରରେ ତଦନ୍ତ ଚାଲିଛି। ଶ୍ରଦ୍ଧାଞ୍ଜଳି ଅଭିଯୋଗ କରିଥିଲେ ଅର୍ଚ୍ଚନା ଖାଦ୍ୟରେ ନିଶା ନେଇ ଫଟୋ ସୁଟ କରିଥିଲେ। ପରେ ବ୍ଲାକ ମେଲ ପାଇଁ ପ୍ରୋତ୍ସାହିତ କରିଥିଲେ। ଯିଏ ପ୍ରଥମ ମାମଲାର ଅଭିଯୁକ୍ତ ସେ ଦ୍ଵିତୀୟ ମାମଲାର ଅଭିଯୋଗ କାରିଣୀ। ତେବେ ନାଗ ଦମ୍ପତିଙ୍କୁ ଗିରଫ କରାଯାଇ ତଦନ୍ତ ଚାଲିଛି।
ଇଡି ମନି ଲଣ୍ଡରିଂ ଓ ଆତଙ୍କବାଦ ଆର୍ଥିକ କାରବାରର ତଦନ୍ତ କରିଥାଏ। ଯାହାକି ରାଜ୍ୟ ସରକାରଙ୍କ ବହିଭୂର୍ତ। ବିଭିନ୍ନ ଲୋକଙ୍କ ସହ ସମ୍ପର୍କ ଖବର ପ୍ରସାରିତ ହେଉଛି। କିନ୍ତୁ କାହାରି ପଖାରୁ ଏଯାଏ ଅଭିଯୋଗ ଆସିନି। ପୋଲିସ ଇଡିକୁ ସହଯୋଗ କରୁଛି। ବିଧାୟକ ଓ ନେତାଙ୍କ କଥା ଅଭିଯୋଗ ଆସୁଛି ଏହା ସତ୍ୟ ହେଲେ Loss of honour। ଆଇଏସ ଆଇ ପି ଏସଙ୍କ କଥା ସତ୍ୟ ହେଲେ ଏହା ଲସ ଅଫ ଇଣ୍ଟରଗ୍ରୀଟି । ମୁଖ୍ୟମନ୍ତ୍ରୀ କେବେ କାହାକୁ ପ୍ରସୟ ଦେଉନାହାନ୍ତି, ଯଦି ସେପରି କିଛି ଘଟଣା ସାମ୍ନାକୁ ଆସେ ଦୋଷୀଙ୍କୁ ଦଣ୍ଡ ଦେବେ ମୁଖ୍ୟମନ୍ତ୍ରୀ।