ଆଜି ଠାରୁ ଆରମ୍ଭ ହେବ ଇକମୋ ଚିକିତ୍ସା , ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ (ରିପୋର୍ଟସ ଟୁଡେ) ଆଜି ଠାରୁ ଏସିବି ରେ ଆରମ୍ଭ ହେବାକୁ ଯାଉଛି ଇକମୋ ଚିକିତ୍ସା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଇକମୋ ଚିକିତ୍ସାକୁ ଉଦଘାଟନ କରିଛନ୍ତି । ୯ ଟି ଇକମୋ ମେସିନକୁ ପ୍ରାଥମିକ ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବ । ଡିଏମଟି ମୁଖ୍ୟଙ୍କ ଅନୁଯାୟୀ ଦେଶରେ ପୂର୍ବାଞ୍ଚଳ ରାଜ୍ୟରେ ଏହା ସର୍ବ ବୃହତ ଇକମୋ ଚିକିତ୍ସା ୟୁନିଟ ଭାବେ ପ୍ତତିଷ୍ଠା କରାଯାଇଛି । ଦେଶରରେ ଏହି ଇକମୋ ଚିକିତ୍ସା ସବୁଠାରୁ ମହଙ୍ଗା ହୋଇଥିବାରୁ ସାଧାରଣ ଲୋକ ଏହି ଚିକିତ୍ସା ବଞ୍ଚିତ ହେଉଛନ୍ତି ।