ଭୁବନେଶ୍ୱର:ରାଜ୍ୟରେ ପୁଞ୍ଜିନିବେଶ ଲାଗି ନଭେମ୍ବରରେ ହେବାକୁ ଥିବା ମେକ ଇନ ଓଡି଼ଶା କନକ୍ଲେଭକୁ ନିମନ୍ତ୍ରଣ କରିଥିଲେ।। ଓଡି଼ଶାରେ ପ୍ରାକୃତିକ ସମ୍ପଦ ଭରପୁର ରହିଥିବାବେଳେ ଦକ୍ଷ ମାନବ ସମ୍ବଳ ମଧ୍ୟ ରହିଛି। ଶିଳ୍ପପତି ଓ ପୁଞ୍ଜିପତିଙ୍କ ଯୋଗଦାନ ଏହାକୁ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି। ରାଜ୍ୟରେ ସ୍ଥାୟୀ ସରକାର ଓ ପ୍ରଗତିଶୀଳ ନୀତି ଯୋଗୁଁ ରାଜ୍ୟ ଆଗଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ୟୁନିକ ଇକୋ ସିଷ୍ଟମ ଓଡି଼ଶାକୁ ସ୍ୱତନ୍ତ୍ର ପରିଚୟ ଦେଇଛି। ଓଡି଼ଶା ଏବେ ଆଚିଭର ଷ୍ଟେଟର ମାନ୍ୟତା ପାଇଛି। ଓଡି଼ଶା ସାରା ଦେଶରେ ପୁଞ୍ଜିପତିଙ୍କ ଲାଗି ଡେଷ୍ଟିନେସନ ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ।ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ କାର୍ଯ୍ୟାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। BSE ଅଧ୍ୟକ୍ଷ ଏସ.ଏସ ମୁନ୍ଦ୍ରାଙ୍କୁ ସାକ୍ଷାତ କରିବା ସହ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ବେଲ୍ ବଜାଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ସକାଳ ୧୦ଟା ୫୯ରେ ଓପନିଂ ବେଲ୍ ବଜାଇଛନ୍ତି ମୁଖ୍ୟମନ୍ତ୍ରୀ।
ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଥିବା ବେଲକୁ ମୁଖ୍ୟମନ୍ତ୍ରୀ ବଜାଇଥିଲେ। ଦଲାଲ ଷ୍ଟ୍ରିଟରେ ଥିବା ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ନବୀନଙ୍କର ଏହା ପ୍ରଥମ ଗସ୍ତ।ମୁମ୍ବାଇଓପନିଂ ବେଲ୍ ରିଂ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବେଲ୍ ବଜାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଲାଲ ଷ୍ଟ୍ରିଟରେ ଥିବା ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ନବୀନଙ୍କର ଏହା ଥିଲା ପ୍ରଥମ ଗସ୍ତ । ସାଧାରଣତଃ ଷ୍ଟକ୍ ଏକ୍ସଚେଞ୍ଜରେ କୌଣସି କଂପାନୀର ଲିଷ୍ଟିଂ ହେଲେ କିମ୍ବା IPO ଇସ୍ୟୁ ହେଲେ କଂପାନୀର କର୍ମକର୍ତ୍ତା ଓ ପ୍ରମୋଟର ବେଲ ରିଂ କରିଥାନ୍ତି । ଏହାସହ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ବିଏସଇ ବେଲ୍ ବଜାଇ ସ୍ୱାଗତ କରିଥାଏ । ବମ୍ବେ ଷ୍ଚକ୍ ଏକ୍ସଚେଞ୍ଜରେ ଓଡ଼ିଶାର କୌଣସି ମୁଖ୍ୟମନ୍ତ୍ରୀ ବେଲ୍ ବଜାଇବାରେ ନବୀନ ହେଉଛନ୍ତି ପ୍ରଥମ । ରାଜ୍ୟରେ ଅଧିକରୁ ଅଧିକ ପୁଞ୍ଜି ନିବେଶ ଲାଗି ୨୦୧୬ ଓ ୨୦୧୮ରେ ଭୁବନେଶ୍ୱରରେ ମେକ ଇନ ଓଡି଼ଶା କନକ୍ଲେଭର ଆୟୋଜନ କରାଯାଇଥିଲା। ତେବେ କରୋନା ମହାମାରୀ କାରଣରୁ ୨୦୨୦ରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇପାରିନଥିଲା।
ତେବେ ଚଳିତ ବର୍ଷ ନଭେମ୍ବର ମାସରେ ମେକ ଇନ ଓଡି଼ଶା କନକ୍ଲେଭ ଅନୁଷ୍ଠିତ ହେବାକୁ ଯାଉଛିଇଜ ଅଫ ଡୁଇଂ ବିଜିନେସ ରେଟିଂରେ ଓଡି଼ଶା ଆଗରେ ରହିଛି। ରାଜ୍ୟରେ ଅଧିକରୁ ଅଧିକ ପଞ୍ଜିନିବେଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଦିନିଆ ମୁମ୍ବାଇ ଗସ୍ତ କରିଥିଲେ। ବୁଧବାର ମୁମ୍ବାଇରେ ପୁଞ୍ଜିପତି ଓ ଶିଳ୍ପପତିଙ୍କ ସହ ମୁହାଁମୁହିଁ ଆଲୋଚନା କରିଥିଲେ। ରାଜ୍ୟରେ ଆର୍ଥିକ ବିକାଶ ଓ ବ୍ୟାପକ ନିଯୁକ୍ତି ଲାଗି ଶିଳ୍ପପତି ଓ ପୁଞ୍ଜିପତିଙ୍କୁ ବୁଝାଇଥିଲେ। ଗତକାଲି ଦୀର୍ଘ ଅଢେଇ ଘଣ୍ଟା ଧରି ଶିଳ୍ପଜଗତ, ବ୍ୟାକିଂ ବାଣିଜ୍ୟିକ କ୍ଷେତ୍ରର ବରିଷ୍ଠ ପଦାଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ପୂର୍ବାହ୍ନରେ ଆଲୋଚନା କରିସାରିବା ପରେ ଅପରାହ୍ନ ଅର୍ଥାତ ସନ୍ଧ୍ୟାରେ ପୁଞ୍ଜିପତି ଓ ଶିଳ୍ପପତିଙ୍କୁ ସମ୍ବୋଧନ କରିଥିଲେ।