ନବୀନ ନିବାସ ନଆସିବାକୁ ମୁଖ୍ୟମନ୍ତ୍ରୀ କଲେ ଅନୁରୋଧ

0

ଭୁବନେଶ୍ୱର:କାଲି ହେଉଛି ପବିତ୍ର ରାକ୍ଷୀପୂର୍ଣିମା | ସବୁ ଭାଇମାନଙ୍କ ହାତରେ ତାର ଭଉଣୀ ରାକ୍ଷୀ ବାନ୍ଧିଥାଏ | ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅନେକ ଭଉଣୀ ରାକ୍ଷୀ ବାନ୍ଧିଥାନ୍ତି | ଏପରିକି ସ୍କୁଲ ପିଲାମାନେ ମଧ୍ୟ ରାକ୍ଷୀ ବାନ୍ଧନ୍ତି | ତେବେ ରାକ୍ଷୀ ପୁର୍ଣିମା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କୋଭିଡକୁ ଦୃଷ୍ଟିରେ ରଖି ଗହଳି ନକରି ଜନସାଧାରଣ ନିରାପଦରେ ରକ୍ଷା ବନ୍ଧନ ପର୍ବ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହିତ, ଆଗାମୀ କାଲି ରକ୍ଷା ବନ୍ଧନ ପାଇଁ ନବୀନ ନିବାସକୁ ନ ଆସିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।