ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକି ଆଲୋଚନା କରି ଆଇନ ଅଣାଯାଉ ; ନରସିଂହ ମିଶ୍ର

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକି ଆଲୋଚନା କରାଯାଇ ଆଇନ ଅଣାଯାଉ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର | ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚାଷୀଙ୍କ ଦାବି ମାନିଲେ ସମସ୍ୟାର ସମାଧାନ ହୋଇଯିବ | ବିଜେପିର ଅସଲ ମୁଖା ଖୋଲିଯାଇଛି | ସେ ଆହୁରି ମଧ୍ୟ କହିଛନ୍ତି ଲଗାତାର ଚାଷୀ ପାଇଁ ହୋ ହାଲ୍ଲା କରୁଥିଲେ କିନ୍ତୁ ମୁଲତବି ଦେଉଛନ୍ତି ଆତ୍ମହତ୍ୟା ଘଟଣା ଉପରେ | ଆଜି ଚାଷୀଙ୍କ ପ୍ରସଙ୍ଗ ନେଇ ଆମର ମୁଲତବି ପ୍ରସ୍ତାବ ଥିଲା କିନ୍ତୁ ଆଲୋଚନା ନ କରି ମନ୍ତ୍ରୀ ନଥିବା ଆଳ ଦେଖାଇ ଧାରଣା ଦେଲେ | ସବୁ ସ୍ଥାନରେ ଫସଲ ବୀମାର ଆବଶ୍ୟକତା ଅଛି କିନ୍ତୁ କେନ୍ଦ୍ରମନ୍ତ୍ରୀ ତିନୋଟି ବ୍ଲକ କଥା ଲେଖିଲେ | ଯାହା କେବଳ ପଦ୍ମପୁର ଉପନିର୍ବାଚନ ପାଇଁ | ନିୟମ ଅଛି ଯେ ଚାଷୀ ଯଦି ଠିକ ମୂଲ୍ୟରେ ଧାନ ବିକି ପାରୁନି, ତେବେ FCI କିଣିବ ହେଲେ ରାଜ୍ୟ ସରକାର ତ FCI ଏଜେଣ୍ଟ ପାଲଟିଛନ୍ତି | ବିଜେପି ବିଜେଡି ଭିତିରି ସମ୍ପର୍କ ଅଛି |ବିଜେପି ବିଜେଡି ଏକ ବୋଲି ତ ଶଙ୍କରାଚାର୍ଯ୍ୟ ବି କହିଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର |