ରାଜଧାନୀରେ ରୋଡ ସୋ’ କରିବେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର:ଓଡିଶାକୁ ପ୍ରାଧାନ୍ୟ ଦେବାକଥା ମୁଖ୍ୟମନ୍ତ୍ରୀ କହିଥିବା ବେଳେ ଓଡିଶାକୁ କିପରି ଆଗକୁ  ନେବେ ତା ପାଇଁ ମଧ୍ୟ ବିଭିନ୍ନ  ଯୋଜନା କରୁଛନ୍ତି ବିଜେଡି ସୁପ୍ରିମୋ | ରାଜ୍ୟରେ ନିବେଶ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ କରିବେ ରୋଡସୋ  କିଭଳି ଓଡ଼ିଶାକୁ ସର୍ବାଧିକ ନିବେଶ ଆସିବ, ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରଥମ ରୋଡ ସୋ ହେବାକୁ ଯାଉଥିବା କହିଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ

ତେବେ ଏନେଇ ବିଭିନ୍ନ ରାଜ୍ୟର ରାଜଧାନୀକୁ ଗସ୍ତ କରିବ ଓଡ଼ିଶା ଟିମ୍ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଶିଳ୍ପ ମନ୍ତ୍ରୀ, ଶିଳ୍ପ ସଚିବ, ପିପି ଇଣ୍ଡିଆ ସଦସ୍ୟ ରହିବେ ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ଯାଏ ହେବ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଓଡ଼ିଶା ପୁଞ୍ଜି ନିବେଶ ପାଇଁ ଉତ୍କୃଷ୍ଟ ବେଲି ଶିଳ୍ପପତିଙ୍କୁ ବୁଝାଇବା ସହ ସରକାର ଶିଳ୍ପପତିଙ୍କୁ କେଉଁ ସୁବିଧା ଯୋଗାଇବେ ତାହା ଅବଗତ କରାଯିବ

ଏନେଇ ମନ୍ତ୍ରୀଙ୍କ ନେତୃତ୍ବରେ ଜୁଲାଇ ୧୮ରେ ଗୁଜରାଟ ଅମହମ୍ମଦାବାଦରେ କାର୍ଯ୍ୟକ୍ରମ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଦେଢ଼ ଶହ ଲୋକ ସାମିଲ ହୋଇଥିବା ବେଳେ ୨୨ଜଣ ଶିଳ୍ପପତିଙ୍କ ସହ ୱାନଟୁ ୱାନ୍ ଆଲୋଚନା ହୋଇଥିଲା ୨୦୧୬ରୁ ଆରମ୍ଭ ହୋଇଥିବା ଏହି ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ୨୦୧୮ରେ ହୋଇଥିଲା କିନ୍ତୁ କରୋନା ପାଇଁ ୨୦୨୦ରେ ହୋଇପାରିନଥିଲା ସେହିପରି  ଓଡ଼ିଶା ହେବ ଶିଳ୍ପପତିଙ୍କ ପୁଞ୍ଜିନିବେଶର ନେକ୍ସଟ ଡେଷ୍ଟିନେସନ ବୋଲି ଆଲୋଚନା ହେଇଉଛିତେବେ ଚଳିତ ଥର  ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମ