ଗଞ୍ଜାମ/ରଜନୀକାନ୍ତ ପାତ୍ର : କବିସୂର୍ଯ୍ୟନଗର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ବହୁ ବର୍ଷର ବ୍ୟବଧାନ ପରେ ଆସନ୍ତା ୨୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ କବିସୂର୍ଯ୍ୟନଗର ଯିବାର ସୂଚନା ମିଳିଛି । ଯାହାକୁ ନେଇ ସୋମ ବାର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଯ୍ୟୋତି ପରିଡା ଓ ଗଞ୍ଜାମ ଏସପି ଜଗନମୋହନ ମିନା କବିସୂର୍ଯ୍ୟନଗର ଗ୍ରସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳକୁ ଚିହ୍ନଟ କରିଥିବା ଦେଖିବାକୁ ମିଳିଛି । ସହରର ଶେଷ ଭାଗରେ ଥିବା ତହସିଲ କାର୍ଯ୍ୟାଳୟର ନିକଟସ୍ଥ ପଡିଆରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି । ତେବେ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ସମସ୍ତ ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ କବିସୂର୍ଯ୍ୟନଗର ଥାନାର ଥାନା ଅଧିକାରୀ ଉପସ୍ଥିତ ଥିଲେ ।