ଚାଲିଛି ମହାପ୍ରଭୁଙ୍କ ଖସାପଡା ନୀତି, ଚୁଲି ଭଙ୍ଗା ଘଟଣାରେ ଶ୍ରୀମନ୍ଦିରରେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି

0

ପୁରୀ/ ଜୟନ୍ତ କୁମାର ସେଠୀ : ଆଜି ଚୈତ୍ରମାସ କୃଷ୍ଣପକ୍ଷ ତୃତୀୟା ତିଥି। ଆଜିର ଏହି ପବିତ୍ର ତିଥି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀୟୁ ମାନଙ୍କର ଖସାପଡା ନିତି ଅନୁଷ୍ଠିତ ହୋଇଛି। ମଧ୍ଯାନ୍ନ ଧୂପ ପରେ ଦଇତାପତି ସେବକ ମାନେ ରତ୍ନସିଂହାସନ ଉପରେ ଚଢ଼ି ଚାରିଘଣ୍ଟା ଧରି ମହାପ୍ରଭୁଙ୍କ ଏହି ଗୁପ୍ତନିତି ସମ୍ପାଦନ କାର୍ଯ୍ୟରେ ଲାଗିଛନ୍ତି । ଖସାପଡା ନିତି ଶ୍ରୀଜୀୟୁ ମାନଙ୍କର ଶ୍ରୀପୟର ସୁରକ୍ଷା ପାଇଁ କରାଯାଇଥାଏ। ଏହି ନିତିରେ ମହାପ୍ରଭୁଙ୍କ ଶ୍ରୀପୟରକୁ ଧଳା କପଡାରେ ଘୋଡାଇ ଦିଆଯାଏ।

ଏହା ଏକ ଗୁପ୍ତନିତି ହୋଇଥିବାରୁ ଆଜି ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଆପାତତଃ ସାଧାରଣ ଦର୍ଶନ ବନ୍ଦ ରହିଛି । ମାତ୍ର ଖସାପଡା ନିତି ସରିବା ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଚାଲୁ ରହିବ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ଅନ୍ୟପକ୍ଷେ ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣାରେ ରୋଷଘର ସ୍ଥିତି ଅନୁଧ୍ୟାନ ପାଇଁ ଶ୍ରୀମନ୍ଦିରରେ ପହଞ୍ଚିଲେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି । ସୋମବାର ଉଭୟ ପୋଲିସ ଡିଜି ଓ ମୁଖ୍ୟ ଶାସନ ସଚିବ ପୁରୀରେ ପହଞ୍ଚି ସେବାୟତ, ଜିଲ୍ଲାପାଳ ଓ ଏସପିଙ୍କ ସହ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ ଦୁହେଁ ରୋଷଘର ଘଟଣାକୁ ନେଇ ଆଲୋଚନା କରିଥିବା ଜଣାପଡିଛି ।