କାଷ୍ଟିଂ କାଉଚ ମାମଲା : ପପୁ ପମ ପମ୍‌ଙ୍କୁ କ୍ଲିନଚିଟ୍

0

ଭୁବନେଶ୍ୱର: ବହୁଚର୍ଚ୍ଚିତ କାଷ୍ଟିଂ କାଉଚ ମାମଲା, ଅଭିନେତା ପପୁ ପମପମ୍‌ଙ୍କୁ କ୍ଲିନଚିଟ୍ । ୨୦୧୬ରେ ପପୁଙ୍କ ନାଁରେ ନାବାଳିକା ଅଭିଯୋଗ ଆଣିଥିଲେ । ଫିଲ୍ମରେ ରୋଲ୍ ଦେବେ କହି ଅସଦାଚରଣ ଅଭିଯୋଗ କରିଥିଲେ ।  ପପୁଙ୍କ ସହଯୋଗୀ ଗିଟୁ ମଧ୍ୟ ନିର୍ଦ୍ଦୋଷ ସାବ୍ୟସ୍ତ । ୨୦୧୬ ଜୁନ୍‌ ୨୨ରେ ମାମଲା ରୁଜୁ ହୋଇଥିଲା । ପପୁ ପମ୍‌ପମ୍‌ ୨୦୧୬ ମସିହାରେ ନିଜ କ୍ୟାରିଅର୍‌ର ପିକ୍‌ରେ ଥିବା ବେଳେ ତାଙ୍କ ନାମରେ ଆସିଥିଲା ଏହି ସାଂଘାତିକ ଅଭିଯୋଗ । ଫିଲ୍ମରେ ଏଣ୍ଟ୍ରି କରାଇଦେବାକୁ କହି ପପୁ ପମ୍‌ପମ୍‌ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ ନାବାଳିକା। ଏହି ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏପରି ଅଭିଯୋଗ ଆସିବା ପରେ ଫେରାର ହୋଇଯାଇଥିବା ପପୁ ପମ୍‌ପମ୍‌ଙ୍କ ସମେତ ତାଙ୍କ ସହଯୋଗୀ ଦୀପୁଙ୍କୁ ପୁରୀ ଜିଲ୍ଲା ନିମାପଡ଼ାରୁ ଗିରଫ କରିଥିଲା ପୁଲିସ୍‌। ଏହାପରେ ସେ ଜାମିନରେ ବାହାରିଥିଲେ। ବର୍ତମାନ ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟରେ ପପୁ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି । ୬ମାସ ତଳେ ନାବାଳିକା କରିଥିବା ଅଭିଯୋଗକୁ ନିଜେ ଖଣ୍ଡନ କରିଥିଲେ । ତେବେ ପୀଡ଼ିତା ଜଣକ ନାବାଳିକା ହୋଇଥିବାରୁ  ପୋସ୍କୋ କୋର୍ଟରେ ଏହାର ଶୁଣାଣି ଚାଲିଥିଲା। ଦୀର୍ଘ ୬ ବର୍ଷ ପରେ ଏହି ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି ପପୁ ପମପମ୍‌ ।

ନିର୍ଦ୍ଦୋଷ ପରେ ପପୁଙ୍କ ପ୍ରତିକ୍ରିୟା । ସଫଳତା ପାଇବା ପରେ ତାଙ୍କୁ ଲୋକ ସହି ପାରନ୍ତି ନାହିଁ । କୋର୍ଟର ଅର୍ଡର ଆସିବା ଦିନ ହିଁ ମୁଁ କୋର୍ଟରେ ହାଜର ହୋଇଥିଲି । କିନ୍ତୁ କିଛି ଲୋକମୋ ଚରିତ୍ରରେ ଲାଞ୍ଚନା ଲଗାଇବାକୁ ଚାହୁଁଥିଲେ । ମୁଁ ଯେଉଁ ଚାପରେ ଥିଲି ତାହା କେବଳ ମୁଁ ହିଁ ଜାଣିଛି । ଛୋଟ କଥାକୁ ବଡ କରି ଦେଖାଗଲା । ଏପରିକି ଅଭିଯୋଗ ପରେ ମୁଁ ୪୩ ଦିନ ଜେଲରେ ରହିଲି । ମିଡିଆରେ ବସି ଅନେକ ଲୋକ ଅନେକ କଥା କହିଲେ । ମୋ ଚରିତ୍ରକୁ ବଜାରରେ ନିଲାମ କରାଗଲା । ନାବାଳିକା ମୋ ନାଁରେ ସିଧା ଅଭିଯୋଗ କରିନାହାନ୍ତି । ନାବାଳିକାଙ୍କ ଠାରୁ ସାଧା କାଗଜରେ ଦସ୍ତଖତ ନିଆଗଲା । ଏବେ ସେଇ ସବୁ କଥା ନାବାଳିକା କହିଛନ୍ତି ।