କୃଷି ପ୍ରଧାନ ରାଜ୍ୟରେ ଚାଷୀଙ୍କ ଅବସ୍ଥା ବେହାଲ

0

ବଲାଙ୍ଗୀର : କଥା ଅଛି ଚାଷ କାମ ଯାହାର କେଡେ ସୁଖ ତାହାର ହେଲେ କୃଷି ପ୍ରଧାନ ରାଜ୍ୟ ରେ ଚାଷୀଙ୍କ ଅବସ୍ଥା ବେହାଲ  । କେତେ ବେଳେ ଅନବୃଷ୍ଟି ତ କେତେବେଳେ ଅତିବୃଷ୍ଟି । କେତେବେଳେ ଜଙ୍ଗଲି ବାରହା ହାତୀଙ୍କ ଉତ୍ପାତ ସବୁ ବେଳେ କ୍ଷତି ସହି କଷ୍ଟ ଲବ୍ଧ ଧାନ ଟିକକୁ ଘରକୁ ଆଣେ ଭଲ ଦିପାଇସା ପାଇବା ପାଇଁ ମଣ୍ଡି ଉପରେ ନିର୍ଭର କରେ । ହେଲେ ସବୁଠି ଅବ୍ୟବସ୍ଥା।  ତାଳୁର ତଳିପା ଯାଏ  ଅନିୟମିତତା ସେହି ପରି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ  ଖପ୍ରାଖୋଲ ମଣ୍ଡି ଉଦଘାଟନି ଉତ୍ସବରେ ଜିଲ୍ଲାପାଳଙ୍କୁ ଲୋକଙ୍କ ଅଭିଯୋଗ ପରେ ବି ସୁଧୁରିଲେନି ପେକ୍ସ କର୍ମଚାରୀ  । ପର୍ଯ୍ୟାପ୍ତ ପରିମାଣରେ ଟୋକନ ଆସୀ ନ ଥିବା ବେଳେ ଟୋକନ ପାଇ ଥିବା ଚାଷୀ ମାନେ ମଧ୍ୟ ଧାନ ବିକିବା କୁ କମ ଅନୁମୋଦନ ପାଇଛନ୍ତି  ।  ସୂଚନା ଯୋଗ୍ୟ ଯେ ଖପ୍ରାଖୋଲ ପେକ୍ସ ଅନ୍ତର୍ଗତ ମହୁରୁଣ୍ଡି ଗାଁର ଚାଷୀ କୁମ୍ଭପାଣି ଭୋଇ, ସେତାଙ୍କର  ୬ ଏକର ୫୨ ଡିସି ମିଲ ଚାଷ ଜମିରେ ୮୦ ରୁ ୯୦ କ୍ୱିଣ୍ଟାଲ ଧାନ ଅମଳ ହୋଇ ଥିଲା ହେଲେ ପେକ୍ସ ଚାଷୀଙ୍କୁ ମାତ୍ର ୪୦ କ୍ୱିଣ୍ଟାଲ ଧାନ ବିକିବାକୁ ଅନୁମୋଦନ ଦେଇଥିବା ବେଳେ ବେଳେ ବାକି ତକ ଧାନ ବିକିବାକୁ ଚିନ୍ତା ରେ ଚାଷୀ  । ସେଥିପ୍ରତି ଜିଲ୍ଲା ପ୍ରଶାସନ କୁ ଦୃଷ୍ଟି ଦେବାକୁ ଚାଷୀ କମ୍ଭୁ ପାଣି ନିବେଦନ କରିଛନ୍ତି  ।