ଧାମନଗର ନିର୍ବାଚନକୁ ନେଇ ତେଜୁଛି ଆରୋପ ପ୍ରତ୍ୟାରୋପ ରାଜନୀତି: ସିଇଓଙ୍କ ନିକଟରେ ବିଜେପି ଓ ବିଜେଡି ଫେରାଦ

0

ଭୁବନେଶ୍ୱର : ମୁଖ୍ୟ ନିର୍ବାଚନ ଅଧିକାରୀ ଓ ସାଇବର ଥାନାର ଦ୍ୱାରସ୍ଥ ହୋଇଛି ବିଜେପି । ଧାମନଗର ଉପନିର୍ବାଚନ ସହ ଗୃହମନ୍ତ୍ରୀ ଅମିତ ଶାହଙ୍କ ନାଁଙ୍କୁ ଯୋଡି ହେଉଥିବା ଭିଡିଓ ଓ ଅଡିଓ ଭାଇରାଲକୁ ନେଇ ଅଭିଯୋଗ ଆଣିଛି ଦଳ । ଭୁବନେଶ୍ୱର ସାଇବର ଥାନା ଓ ମୁଖ୍ୟ ନିର୍ବାଚନ ଅଧିକାରୀ(CEO)ଙ୍କ ନିକଟରେ ଅଭିଯୋଗ କଲା ବିଜେପି। ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଆଜି ଏହି ଅଭିଯୋଗ ଦାଖଲ କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ବୈଠକ ହୋଇଥିବା ନେଇ ଏକ ମିଥ୍ୟା ଅଡିଓ ସିଡି ଭାଇରାଲ ହେଉଛି, ଯାହାକି ସମ୍ପୂର୍ଣ୍ଣ ଭିତୀହିନ ବୋଲି ବିଜେପି କହିଛି ।

ବିଜେପି ଟିମ୍ ସିଇଓଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରୁଛି।

 

ଅଭିଯୋଗ ହୋଇଛି, ଧାମନଗର ଉପନିର୍ବାଚନରେ ଭୋଟରଙ୍କୁ ଭ୍ରମିତ କରିବା ନିମନ୍ତେ ଷଡ଼ଯନ୍ତ୍ର କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀଙ୍କ ଫେକ୍ ଅଡିଓ ପ୍ରସ୍ତୁତ କରାଯାଇଛି। ଯାହା ଧର୍ତ୍ତବ୍ୟ ଅପରାଧ। ସିଇଓ ଏନେଇ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିଛି ବିଜେପି। ଏନେଇ ବରିଷ୍ଠ ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ କହିଛନ୍ତି, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ବୈଠକ ଜାରିଆରେ କଥା ହେଉଥିବା ନେଉ ଏହି ମିଥ୍ୟା ଅଡ଼ିଓ ସିଡ଼ି ପ୍ରସ୍ତୁତ କରି ଭାଇରାଲ ହେଉଛି। ନ୍ୟୁଜ୍ ଫର୍ମାଟରେ ଏଭଳି ଅସତ୍ୟ ଭିଡିଓ କରାଯାଇଛି। ଏହାଦ୍ୱାରା ଉପନିର୍ବାଚନକୁ ପ୍ରଭାବିତ କରିବା ଓ ନିର୍ବାଚନ ଆଚରଣବିଧିକୁ ଉଲ୍ଲଂଘନ କରିବାକୁ ଚେଷ୍ଟା କରାଯାଇଛି। ଧାମନଗର ଉପନିର୍ବାଚନରେ ଜିତିବା ପାଇଁ ବିଜେଡି ଏଭଳି ବିଭିନ୍ନ ପନ୍ଥା ଅବଲମ୍ବନ କରୁଛି ଓ ବିଜେପିକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି ବୋଲି ଅଭିଯୋଗ ହୋଇଛି।

ବିଜେଡି ଟିମ୍ ଅଭିଯୋଗ କରିବାକୁ ଯାଉଛି।

 

ସେପଟେ ବିଜେଡି ମଧ୍ୟ ପାଲଟା ଅଭିଯୋଗ ଆଣି ବିଜେପିକୁ କାଉଂଟର କରିଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛି ଦଳ । ଧାମନଗରରେ ଏସଏଚଜି ମହିଳାଙ୍କ ଦ୍ଵାରା ଟଙ୍କା ବଣ୍ଟା ଭିଡ଼ିଓ ବିଜେପି ଦ୍ଵାରା ପ୍ରାୟୋଜିତ ବୋଲି ଅଭିଯୋଗ କରିଛି ବିଜେଡ଼ି। ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ବିଜେପି ଏଭଳି ଭିଡ଼ିଓ କରି ଏସଏଚଜି ମହିଳା ମା’ମାନଙ୍କୁ ଅପମାନିତ କରିବାକୁ ଅପଚେଷ୍ଟା କରିଛି। ଅବନ୍ତି ଦାସ ଏସଏଚଜିରୁ ଅଭ୍ୟୁଦାନ ହୋଇଥିବାରୁ ସେଥିପାଇଁ ଏସଏଚଜିକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି।