କରୋନା ମୃତ୍ୟୁର ଅଡିଟ ୧୦ରୁ ୧୫ ଦିନରେ ଶେଷ ହେବ

0

ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ) :୧୦ ରୁ ୧୫ ଦିନ ମଧ୍ୟରେ ବଳକା ମୃତ୍ୟୁ ସଂଖ୍ୟାର ଅଡ଼ିଟ ଶେଷ ହେବ । ଏବେ କରୋନା ମୃତ୍ୟୁର ଅଡ଼ିଟ କରିବା ପରେ ତଥ୍ୟ ପ୍ରଦାନ କରାଯାଉଛି । କୋରନା ମୃତ୍ୟୁର ଅଡ଼ିଟକୁ ନେଇ ଡିଏମଇଟି ସିବିକେ ମହାନ୍ତି ଦେଲେ ସୂଚନା । ଏହା ସହ ସେ କହିଛନ୍ତି ଯେ, ଏବେ କୋରନା ମୃତ୍ୟୁର ଅଡ଼ିଟ କରିବା ପରେ ତଥ୍ୟ ପ୍ରଦାନ କରାଯାଉଛି । ସେମାନେ ବିଭିନ୍ନ ପ୍ରକାର ସୁବିଧା ଓ ସୁଯୋଗ ପାଉଛନ୍ତି ।

କରୋନା କଟକଣାକୁ ନେଇ ସେ କହିଛନ୍ତି ଯେ, ମୋର ବ୍ୟକ୍ତିଗତ ମତ ଆଉ କିଛି ଦିନ କଟକଣା ଜାରି ରହିବା ଉଚିତ । ଯେହେତୁ ଲୋକମାନେ କୋଭିଡ ଗାଇଡଲାଇନକୁ ସଠିକ ଭାବେ ଅନୁପାଳନ କରୁନାହାନ୍ତି । ମାତ୍ର ଅଳ୍ପ କିଛି ଜିଲ୍ଲାରେ ସଂକ୍ରମଣ ହାର ୫ପ୍ରତିଶତ ଉପରେ ରହିଛି । କୋଭିଡ ଗାଇଡ଼ ଲାଇନ ଅନୁପାଳନ, ସଂକ୍ରମଣ ହାର, କେସ୍ ଲୋଡ଼, ଦେଖିକି ଅନଲକ ନିଷ୍ପତ୍ତି ନିଆଯିବ ।