ଦେଶର ସବୁଠୁ ବଡ ବ୍ୟାଙ୍କ ଠକେଇ

ମାମଲା ରୁଜୁ କାଲା ସିବିଆଇ

0

ମୁମ୍ବାଇ: ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ନେତୃତ୍ୱରେ ୧୭ଟି ବ୍ୟାଙ୍କକୁ ନେଇ ଗଠିତ କନ୍ସୋର୍ଟିୟମରୁ ୩୪,୬୧୫ କୋଟି ଟଙ୍କାର ଠକେଇ ହୋଇଛି । ଏହାକୁ ନେଇ ସିବିଆଇ ପକ୍ଷରୁ ହାଉସିଂ ଫାଇନାନ୍ସ କଂପାନି ଡିଏଚ୍ଏଫ୍ଏଲ୍ର ପ୍ରତିଷ୍ଠାତା କପିଲ ଓ ଧିରଜ ଓ୍୍ୱାଧଓ୍୍ୱାନଙ୍କ ନାମରେ ନୂଆ ମାମଲା ରୁଜୁ କରାଯାଇଛି ।ଏହାକୁ ଦେଶର ସର୍ବବୃହତ ବ୍ୟାଙ୍କ ଠକେଇ ବୋଲି ମଧ୍ୟ କୁହାଯାଉଛି ।୨୦୧୦-୨୦୧୮ ମଧ୍ୟରେ ଏଥିରେ ଠକେଇ ହୋଇଛି ।ଏହା ପୂର୍ବରୁ ଦେଶରେ ବିଭୁିନ୍ନ ସଂସ୍ଥା ଦ୍ୱାରା ବଡ ଧରଣର ଠକେଇ ହୋଇଥିଲା ।କିନ୍ତୁ ସେଥିରେ ଏତେ ଅଧିକ ଟଙ୍କା ଜଡିତ ନଥିଲା ।ଏବିଜି ସିପ୍ୟାର୍ଡ କରିଥିବା ଠକେଇ ୨୨,୮୪୨ କୋଟି ଟଙ୍କା ଆକଳନ କରାଯାଇଥିଲା ।ତାହାକୁ ସବୁଠୁ ବଡବ୍ୟାଙ୍କ ଠକେଇ ବୋଲି ବିଚାର କରାଯାଉଥିଲା ।ମାତ୍ର ଡିଏଚ୍ଏଫ୍ଏଲ୍ ପ୍ରତିଷ୍ଠାତାଙ୍କ ନାମରେ ନୂଆ ମାମଲା ରୁଜୁହେବା ପରେ ତାହା ସବୁଠୁୁ ବଡ ଠକେଇ ବୋଲି ଜଣାପଡିଛିା ସିବିଆଇ ରୁଜୁ କରିଥିବା ମାମଲାରେ ଡିଏଚ୍ଏଫ୍ଏଲ୍ ପୂର୍ବତନ ସିଏମଡି କପିଲ ଓ୍୍ୱାଧଓ୍୍ୱାନ ଓ ଅନ୍ୟ ୬ଟି ରିଅଲ ଇଷ୍ଟେଟ୍ ସଂସ୍ଥାର ନାମ ରହିଛି । ମିଳିତ ଭାବେ ବ୍ୟାଙ୍କକୁ ଷଡଯନ୍ତ୍ର କରି ଠକୁଥିବା ମଧ୍ୟ ସୂଚନା ମିଳିଛି ।ଏହି ମାମଲାରେ ସିବିଆଇର ୫୦ରୁ ଅଧିକ ଅଧିକାରୀଙ୍କୁ ନେଇ ଗଠନ କରାଯାଇଥିବା ଟିମ୍ ମୁମ୍ବାଇର ୧୨ଟି ସ୍ଥାନରେ ଚଢଉ କରିଛନ୍ତି । ୨୦୨୨ ଫେବୃଆରି ୧୧ରେ ସିବିଆଇ ସେହି ମାମଲା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଥିଲା । ପୂର୍ବରୁ ୟେସବ୍ୟାଙ୍କର ଠକେଇ ଅଭିଯୋଗରେ କପିଲ ଓ ଧିରଜଙ୍କୁ ଇଡିରେ ମାମଲା ରୁଜୁ ହୋଇ ଗିରଫ କରାଯାଇଥିଲା । ସେହିପରି ପୂର୍ବରୁ ମଧ୍ୟ ନିରବ ମୋଦି , ବିଜୟ ମାଲ୍ୟା ଭଳି ଅନେକ ଅଭିଯୁକ୍ତ ବ୍ୟାଙ୍କ ଠକେଇ ମାମଲାରେ ଜଡିତ ଅଛନ୍ତି ।