ଜ୍ଞାନବ୍ୟାପୀ ମସଜିଦ ମାମଲା

ହିନ୍ଦୁଙ୍କ ଆବେଦନକୁ ଗ୍ରହଣ କଲେ କୋର୍ଟ

0

ବାରଣାସୀ: ବହୁ ଚର୍ଚ୍ଚିତ ବାରଣାସୀ ଜ୍ଞାନବ୍ୟାପୀ ମାମଲାରେ ହିନ୍ଦୁପକ୍ଷଙ୍କ ଆବେଦନକୁ ବାରଣାସୀ କୋର୍ଟ ଗ୍ରହଣ କରିଛନ୍ତି। ସମ୍ପୃକ୍ତ ମାମଲାରେ ବାରଣାସୀ କୋର୍ଟ ଏକ ବଡ ରାୟ ଶୁଣାଇଛନ୍ତି। ଶୃଙ୍ଗାର ଗୌରୀରେ ପୂଜାପାଠ କରିବାର ଅନୁମତି ଲାଗି ଦାଖଲ ହୋଇଥିବା ଆବେଦନକୁ କୋର୍ଟ ଶୁଣାଣି ପାଇଁ ଯୋଗ୍ୟ ବୋଲି ବିବେଚନା କରିଛନ୍ତି। ଜ୍ଞାନବ୍ୟାପୀ ପରିସରରେ ଥିବା ଶୃଙ୍ଗାରଗୌରୀ ସମେତ ଅନ୍ୟ ଧାର୍ମିକ ସ୍ଥାନରେ ନିୟମିତ ପୂଜାପାଠ କରିବାକୁ ହିନ୍ଦୁ ପକ୍ଷ ଅନୁମତି ମାଗିଥିଲେ। ସମ୍ପୃକ୍ତ ମାମଲାରେ ମୁସଲିମ ପକ୍ଷଙ୍କ ପକ୍ଷରୁ ଆବେଦନକୁ ଖାରଜ କରିଦେବାକୁ କୋର୍ଟଙ୍କ ପାଖରେ ଯୁକ୍ତି ବାଢିଥିଲେ। ତେବେ ମୁସିଲମ ପକ୍ଷଙ୍କ ଯୁକ୍ତିକୁ କୋର୍ଟ ଖାରଜ କରିଦେବା ସହ ହିନ୍ଦୁପକ୍ଷଙ୍କ ଯୁକ୍ତିକୁ କାଏମ ରଖିଥିଲେ। ତେବେ ସମ୍ପୃକ୍ତ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୨ରେ ହେବ ବୋଲି କୋର୍ଟ କହିଛନ୍ତି।