ବାବୁସାନ ମହାନ୍ତିଙ୍କ ଆଗୁଆ ଜାମିନ୍ ଆବେଦନକୁ ରଫାଦଫା କରିଛନ୍ତି କୋର୍ଟ

0

ଭୁବନେଶ୍ୱର:ଗତ କିଛିଦିନ ହେଲା ତୃପ୍ତି , ବାବୁସାନ ,ପ୍ରକୃତି ଘରୋଇ କଳିକୁ ନେଇ ଟଣା ଓଟରା ଚାଲିଛି | ଗତ ଜୁଲାଇ ୨୩ ତାରିଖରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ବାବୁସାନ୍ ଭୁବନେଶ୍ୱର ବିମାନବନ୍ଦରକୁ ଯାଉଥିବା ବେଳେ ବାବୁସାନଙ୍କ ପତ୍ନୀ ତୃପ୍ତି ବାବୁସାନଙ୍କ କଲର ଧରିବା ସହ ପ୍ରକୃତିଙ୍କୁ ଟଣାଓଟରା କରିଥିଲେ । ଘଟଣା ପରେ ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର, ତୃପ୍ତି ଶତପଥୀ ଓ ତାଙ୍କ ବାପାଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ ।

ଏହା ପରେ ପରେ ତୃପ୍ତି ମଧ୍ୟ ଖାରବେଳନଗର ଥାନାରେ ପ୍ରକୃତିଙ୍କ ବିରୋଧରେ ଏତଲା ଦେଇଥିଲେ । ତୃପ୍ତିଙ୍କ ଅଭିଯୋଗକୁ ନେଇ ପୋଲିସ୍ ମାମଲା ରୁଜୁ କରିଥିଲା । କେବଳ ପ୍ରକୃତି ନୁହେଁ, ବାବୁସାନଙ୍କ ବିରୋଧରେ ମଧ୍ୟ ନିର୍ଯାତନା ଓ ଧମକ ଦେବା ନେଇ ଥାନାରେ ଅଭିଯୋଗ କରିଥିଲେ ତୃପ୍ତି । ତୃପ୍ତିଙ୍କ ଅଭିଯୋଗ ଆଧାରରେ ବାବୁସାନଙ୍କ ବିରୋଧରେ ଆଇପିସି ଦଫା ୪୯୮-ଏ ଓ ୫୦୬ରେ ମାମଲା ରୁଜୁ ହୋଇଥିଲା । ଏହି ଅଭିଯୋଗକୁ ଆଧାର କରି ଗିରଫଦାରୀ ଏଡ଼ାଇବା ପାଇଁ ବାବୁସାନ୍ ହାଇକୋର୍ଟରେ ଆବେଦନ କରିଥିଲେ ।

ପତ୍ନୀଙ୍କ ଏତଲା ପରେ ବାବୁସାନ ଥାନାରେ ହାଜର ହୋଇଥିଲେ । ସିଆରପିସି-୪୧ରେ ବୟାନ ରେକର୍ଡ କରିଥିଲା ପୋଲିସ ।ବାବୁସାନ ମହାନ୍ତିଙ୍କ ଦ୍ୱାରା ଆଗୁଆ ଜାମିନ୍ ଆବେଦନକୁ ରଫାଦଫା କରିଛନ୍ତି କୋର୍ଟ । ତଦନ୍ତରେ ସହଯୋଗ କରୁଥିବାରୁ କୋର୍ଟ ଆବେଦନକୁ ଡିସପୋଜ କରିଛନ୍ତି ।ଏହି ମାମଲାରେ ଯେହେତୁ ବାବୁସାନ ତଦନ୍ତରେ ସମସ୍ତ ପ୍ରକାର ସହାୟତା କରୁଛନ୍ତି, ସେଥିପାଇଁ କୋର୍ଟ ମାମଲାକୁ ରଫାଦଫା କରିଦେଇଛନ୍ତି ।