ଗଞେଇ ମାଫିଆର ୨ କୋଟି ସମ୍ପତ୍ତି ଜବତ କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌

0

ଭୁବନେଶ୍ବର : ଗଞେଇ ମାଫିଆର ୨ କୋଟିର ସମ୍ପତ୍ତି ଜବତ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ । ସେହି କୁଖ୍ୟତ ଗଞେଇ ମାଫିଆ ଜଣକ ହେଉଛି ଅନିଲ ପାଣ୍ଡି। ସଂପତ୍ତି ବ୍ୟାଜାପ୍ତି ନେଇ କୋଲକାତାର ଏନଡିପିଏସର ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖିଲା ଏସଟିଏଫ। ୨୦୨୧ ଅଗଷ୍ଟ ୧୩ ତାରିଖରେ ୧୦ କୁଇଣ୍ଟାଲ ଗଞ୍ଜେଇ ସହ ଏକ ଟ୍ରକ ଜବତ ହୋଇଥିଲା। ଖୋଳତାଡ଼ ପରେ ଏଥିରେ ଅନିଲ ପାଣ୍ଡିର ସଂପୃକ୍ତି ଜଣାପଡ଼ିଥିଲା ।

ଏହି ତଦନ୍ତ ପରେ ପ୍ରାୟ ୨ କୋଟି ସମ୍ପତ୍ତି ଠାବ କରାଯାଇଛି । ଏଥିରେ ତିନି ମହଲା ବିଶିଷ୍ଟ କୋଠା ରହିଛି । ଅନିଲର ୩୩ଟି ପ୍ଲଟ ଓ ବ୍ୟାଙ୍କ ଜମା ରହିଛି। ପୂର୍ତ୍ତ ବିଭାର ଆକଳନ ଅନୁସାରେ ଏହି କୋଠାର ଦାମ ପ୍ରାୟ ଦେଢ କୋଟି ହେବ। ଏହା ଛଡା ତାର ଗୁଜୁରାଟ ଓ ମହାରାଷ୍ଟ୍ରରେ ସମ୍ପତ୍ତି ରହିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ତାର ଅପରାଧିକ କାର୍ଯ୍ୟକଳାପ ଓଡିଶାରୁ ଗୁଜୁରାଟ ଯାଏ ବ୍ୟାପି ରହିଛି ।