ଡିଆର୍‌ଡିଓ ଗୁପ୍ତ ତଥ୍ୟ ଲିକ୍ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

0

ଭୁବନେଶ୍ୱର (ଆଦର୍ଶ ରାଉତ ): ପାକିସ୍ତାନୀ ସୁନ୍ଦରୀଙ୍କ ହନି ଟ୍ରାପ୍ରେ ଫସି ଚାନ୍ଦିପୁର ଆଇଟିଆର୍ର ୪ ଠିକା କର୍ମଚାରୀ ଡିଆର୍ଡିଓର ଗୁପ୍ତ ତଥ୍ୟ ଦେଇଥିଲେ। ଆଉ ଏବେ ପୁଲିସ ଜାଲରେ ପଡ଼ିଛନ୍ତି। ପୁଲିସ ତାଙ୍କ ଗିରଫ କରି ଜେଲ୍ ପଠାଇ ଦେଇଛି। ଏବେ ଏହି ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଡିଜିପି ଅଭୟଙ୍କ ନିର୍ଦ୍ଦେଶରେ ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଥିବା ଟ୍ୱିଟ୍ କରିଛି । ମାମଲାର ତଦନ୍ତ ପାଇଁ ଅତିରିକ୍ତ ଏସ୍ପି ପ୍ରଶାନ୍ତ ବିଷୋୟୀଙ୍କ ନେତୃତ୍ୱରେ ୪ ଟିମ୍ ଗଠିତ ହୋଇଛି। ତଦନ୍ତ ଭାର ଗ୍ରହଣ କରିବାକୁ ବାଲେଶ୍ୱର ଗଲା କ୍ରାଇମବ୍ରାଞ୍ଚ ଟିମ୍। ଆଜି ସେମାନଙ୍କ ସ୍ୱାସ୍ଥ୍ୟ ପୀରକ୍ଷା ପରେ କୋର୍ଟ ଚାଲାଣ କରାଯାଉଛି। ମହିଳା ଜଣକ ପାକିସ୍ତାନୀ ଏଜେଣ୍ଟ ବୋଲି ସୂଚନା ମିଳିଛି। ଗିରଫ ୪ ଜଣ ହେଲେ ବସନ୍ତ ବେହେରା, ହେମନ୍ତ କୁମାର ମିସ୍ତ୍ରୀ, ତାପସ ରଂଜନ ନାୟକ ଓ ଶେଖ ମୁସାଫିର୍। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଓଝଓକୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୁଲିସ୍ ଏମାନଙ୍କୁ ଗିରଫ କରିଥିଲା।