ଆଜି ରାତି ୮ରୁ ପୁରୀରେ ଲାଗୁ ହେବ କର୍ଫ୍ୟୁ

0

ପୁରୀ- ରାତିପାହିଲେ ଶ୍ରୀଜିଉଙ୍କ ବାହୁଡା ଯାତ୍ରା । ଏନେଇ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ପ୍ରସ୍ତୁତି ଆରମ୍ଭ ହୋଇଛି । ବାହୁଡା ଯାତ୍ରା, ସୁନାବେଶ ଓ ନୀଳାଦ୍ରୀ ବିଜେକୁ ଶୃଙ୍ଖଳିତ କରାଯାଇପାରିବ ସେ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା ।ବିନା ଭକ୍ତରେ ବାହୁଡା ଯାତ୍ରା ପାଇଁ ପୁରୀ ସହରରେ ୧୪୪ ଧାରା ଲାଗିବ । ଆଜି ରାତି ୮ଟାରୁ ବୁଧବାର ରାତି ୮ ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗିବ । ବଡ଼ଦାଣ୍ଡରେ ଫ୍ଲାଗମାର୍ଚ୍ଚ ଓ ଶାନ୍ତିଶୃଙ୍ଖଳା ବଜାୟ ପାଇଁ ୨୦ଟି ପୋଲିସ ଟିମ୍ ଗଠନ ହୋଇଛି । ପୁରୀକୁ ସମସ୍ତ ପ୍ରବେଶ ପଥ ସିଲ୍ ହେବ । ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ୍ କରିବ ପୋଲିସ । ଆଜି ରାତି ୮ଟା ପରେ ବାହାର ଲୋକଙ୍କୁ ପୁରୀରେ ପ୍ରବେଶ ମନା । ନିୟମର ଉଲ୍ଲଂଘନ କରି ପୁରୀରେ କେହି ପ୍ରବେଶ ଉଦ୍ୟମ କଲେ କଡ଼ା କାର୍ୟ୍ୟାନୁଷ୍ଠାନ ହେବ ।