ପ୍ରଥମ କାର୍ଗିଲ ସହିଦ ଗୋପୀନାଥ ଙ୍କ ପିତା ଯଦୁମଣି ମହାରଣାଙ୍କ ବିୟୋଗ

0

ସାଲେପୁର(ରିପୋର୍ଟସ ଟୁଡେ/ ତାରାକାନ୍ତ ନାୟକ)  ଓଡିଶା ର ପ୍ରଥମ କାର୍ଗିଲ ସହିଦ ଗୋପୀନାଥ ମହାରଣାଙ୍କ ପିତା ଯଦୁମଣି ମହାରଣାଙ୍କର ଗୁରୁବାର ରାତିରେ ଜନାର୍ଦ୍ଦନପୁର ବାସ ଭବନ ରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସେ ଜଣେ ମିଷ୍ଠଭାଷୀ, ମେଳାପି , ପରୋପକାରୀ , ଧାର୍ମିକ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ସାଲେପୁର ଅଞ୍ଚଳ ଶୋକର ଛାୟା ଖେଳି ଯାଇଛି । ସାଲେପୁର ସାମ୍ବାଦିକ ସଂଘ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଶୋକ ସନ୍ତପ୍ ପରିବାରକୁ ପ୍ରଭୁ ଜଗନ୍ନାଥ ସହାୟ ହୁଅନ୍ତୁ ବୋଲି ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନ କରିଛନ୍ତି । ତାଙ୍କର ପତ୍ନୀ ଝୁମୁରୀ ମହାରଣା, ଦୁଇ ପୁଅ ରମାକାନ୍ତ ମହାରଣା,ଓ ରତିକାନ୍ତ ମହାରଣା ଦୁଇ ଝିଅ ଓ ଆତ୍ମୀୟ ସ୍ୱଜନ ଶେଷକୃତ୍ୟ ସମୟରେ ଉପସ୍ଥିତ ଥିଲେ।