ନାଳରେ ଫସି ମାଈ ହାତୀର ମୃତ୍ୟୁ

0

କାମାକ୍ଷାନଗର: ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ନିକଟ କଙ୍କିଳି ଗ୍ରାମର ଏକ ମାଈ ହାତୀର ମୃତ୍ୟୁ ଘଟିଛି। ହାତୀ ଗାଁ ନିକଟ ଏକ ପୋଖରୀରେ ଫସି ଯିବାରୁ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ମୃତ ମାଈ ହାତୀଟିର ଆନୁମାନିକ ବୟସ ୧୫ ହେବ ବୋଲି ଜଣାପଡିଛି। ଗତ ଦୁଇ ଦିନ ତଳେ ଦନାର ପୋଖରୀରେ ଏକ ହାତୀ ପଲ ଦିନ ତମାମ ଫସି ରହିଥିବାବେଳେ ବନ ବିଭାଗ ରାତିରେ ହାତୀ ପଲକୁ ଘଉଡାଇଥିବାର ସୂଚନା ମିଳିଥିଲା। ତେବେ ବନ ବିଭାଗ ପକ୍ଷରୁ ହାତୀ ପଲ ଉପରେ ନଜର ନରଖିବା ଫଳରେ ହାତୀଟିର ମୃତ୍ୟୁ ଘଟିଥିବା ସ୍ଥାନୀୟ ଗ୍ରାମବାସୀ କହିଛନ୍ତି। କାମାକ୍ଷାନଗରରୁ ଡାକ୍ତରୀ ଦଳ ଆସି ହାତୀର ବ୍ୟବଚ୍ଛେଦ କରିଥିବା ଜଣାପଡିଛି। ରାଜ୍ୟରେ ଦିନକୁ ଦିନ ହାତୀଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଏଥିପାଇଁ ପରିବେଶବିତମାନେ ଚିନ୍ତା ପ୍ରକଟ କରିଛନ୍ତି। ଅଳ୍ପ କିଛିଦିନ ତଳେ ଆଠଗଡ ବନଖଣ୍ଡ ଅଞ୍ଚଲରୁ ତିନୋଟି ହାତୀର କଙ୍କାଳ ଉଦ୍ଧାର ହେବା ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଏଥିପାଇଁ ପିସିସିଏଫ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାଛଡା ଘଟଣାରେ ସମ୍ପୃକ୍ତ ଥିବା ବନ କର୍ମଚାରୀଙ୍କୁ ଗିରଫ ମଧ୍ୟ କରାଯାଇଛି।